Monday, March 9, 2026
36.1 C
Odisha

    ଆଜିଠୁ ପୁଣି କମ୍ପିବ ବିଧାନସଭା, ମୁହାମୁହିଁ ହେବେ ଶାସକ- ବିରୋଧୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଜିଠୁ ପୁଣି କମ୍ପିବ ବିଧାନସଭା । ମୁହାମୁହିଁ ହେବେ ଶାସକ- ବିରୋଧୀ । ଉଠିପାରେ ମଣ୍ଡି, ଚାଷୀ ଓ ଆଇନଶୃଙ୍ଖଳା ପ୍ରସଙ୍ଗ ।  ମଣ୍ଡିରେ ଧାନକିଣାକୁ ନେଇ ଅବ୍ୟବସ୍ଥାରେ ରାଜନଗରରେ ଚାଷୀ ମୃତ୍ୟୁ, ଆଇନଶୃଙ୍ଖଳା ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ବିଜେଡି ସୁପ୍ରିମୋ କ୍ଷୋଭ ପ୍ରକାଶ କରିଥିବା ବେଳେ ଗୃହରେ ଏହାକୁ ଉଠାଇପାରେ ଦଳ ।  ରାଜ୍ୟସଭା ନିର୍ବାଚନରେ କମନ କ୍ୟାଣ୍ଡିଡେଟ ପ୍ରସଙ୍ଗରେ ହୋଇପାରେ ସରଗରମ ଆଲୋଚନା ।  ତେବେ ବିଧାନସଭାରେ ଉଭୟ ଦଳ ଉଭୟଙ୍କ ପ୍ରସଙ୍ଗରେ ଲଢ଼ିବେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

    ବିଜେଡି ନିଜ ପ୍ରସଙ୍ଗ ଓ କଂଗ୍ରେସ ତା ନି ପ୍ରସଙ୍ଗରେ ଲଢ଼ିବ। ସମସ୍ତେ ଓଡ଼ିଶାବାସୀଙ୍କ ପାଇଁ ଲଢୁଛନ୍ତି ।  ସରକାରଙ୍କ ବିରୋଧରେ ଅନେକ ଇସ୍ୟୁ ଅଛି। ବିଜେଡି ମହିଳା, ଚାଷୀ, ଆଇନଶୃଙ୍ଖଳା ପରିସ୍ଥିତି ବେକାରୀ ସମସ୍ୟା ନେଇ ଲଢିବ ବୋଲି କହିଛନ୍ତି ପ୍ରମିଳା। ବିଜେଡି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼ୁଛି। ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡ଼ି -କଂଗ୍ରେସ ବିଧାନସଭାରେ ମିଳିତ ଭାବେ ସ୍ବର ଉଠାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ସାଂପ୍ରଦାୟିକ ଶକ୍ତିକୁ ରୋକିବାକୁ ଧର୍ମନିରପେକ୍ଷ ଶକ୍ତି ଏକାଠି ହେଲେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

    ସେପଟେ ରାଜ୍ୟସଭା ନିର୍ବାଚନରେ ବିଜେଡି- କଂଗ୍ରେସ ଏକାଠି ନେଇ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସ -ବିଜେଡି ଭୟଭୀତ ।  ତାଙ୍କ ବିଧାୟକ କୁଆଡେ ପଳାଇବା ଭୟ ଘାରିଛି ।  ଆମେ ଖୋଲା ବୁଲୁଛୁ ।  ଆମର ଭୟ ନାହିଁ ବୋଲି ସେ କହିଛନ୍ତି ।  କଂଗ୍ରେସ ସହ ମିଶିଲେ ବିଜେଡି ଆଉ କଂଗ୍ରେସ ଉଭୟ ବୁଡ଼ିଯିବେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଚାଷୀ ଝଡରେ ବିଧାନସଭା ଧୋଇ ହୋଇ ଯାଇଥିଲା । ଏପ୍ରିଲ ୮ ତାରିଖ ଯାଏ ଚାଲିବ ବିଧାନସଭା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    25 %
    2.9kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ