Monday, October 19, 2026
21.9 C
Odisha

    ଭଦ୍ରକରେ କ୍ରିକେଟ ଖେଳାଳିଙ୍କୁ ନିର୍ମମ ହତ୍ୟା, ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ

    ଆଗକୁ ପଢନ୍ତୁ

    ଭଦ୍ରକ : କ୍ରିକେଟ ଖେଳାଳିଙ୍କୁ ନିର୍ମମ ହତ୍ୟା । ଭଦ୍ରକ ଚରମ୍ପା ବଜାରରେ ଯୁବକଙ୍କୁ ସଂଘବଦ୍ଧ ଛୁରାମାଡ଼ । ଗୁଣ୍ଠୁଣା ବଜାରରେ ମେଳଣ ଚାଲିଥିବାବେଳେ ନୃଶଂସ ହତ୍ୟା । ମୃତ ଯୁବକ ହେଲେ ଗୁଣ୍ଠୁଣା ବଜାର ଅଂଚଳ ର କୁମାର ସ୍ୱାମୀ । ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ କରାଯାଉଛି । ଗତକାଲି ରାତିରେ ଗୁଣ୍ଠୁଣା ବଜାରରେ ମେଳଣ ଚାଲିଥିଲା । ଏହି ସମୟରେ ୪ ଜଣ ଯୁବକ ହଠାତ ଆସି କୁମାର ସ୍ୱାମୀଙ୍କୁ ଧକ୍କା ମାରି ଛୁରା ମାଡ଼ କରିଥିଲେ । ତାଙ୍କ ପେଟ ଓ ଛାତିରେ ଗଭୀର ଆଘାତ ଲାଗିଥିଲା ।

    ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଘଟଣ ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଭଦ୍ରକ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚଲାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ