Friday, March 13, 2026
24.5 C
Odisha

    ଆଜି ଅଣସର ତ୍ରୟୋଦଶୀ; ମହାପ୍ରଭୁଙ୍କୁ ଘଣାଲାଗି

    ଆଗକୁ ପଢନ୍ତୁ

    ପୁରୀ : ଅଣସର ଘରେ ଥିବା ଶ୍ରୀଜୀଉ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଆଜି ଅଣସର ତ୍ରୟୋଦଶୀ ହୋଇଥିବାରୁ ଅନବସର ଘରେ ବିରାଜିତ ମହାପ୍ରଭୁଙ୍କୁ ଘଣାଲାଗି ହେବ । ଏହାସହିତ ଶ୍ରୀପୟର ମୁଦା ଉପଲକ୍ଷେ ପାଟଡୋର ଓ ଖଳି ପ୍ରସାଦ ଲାଗି ହେବ । ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କର ଘଣା ଲାଗି କରାଯିବ । ଗୋପନୀୟ ଭାବେ ଘଣା ଲାଗି ପରେ ଖଳି ଲାଗି ହେବ । ଆସନ୍ତାକାଲି ଦତ୍ତମହାପାତ୍ର ବନକ ଲାଗି ଆରମ୍ଭ କରିବେ । ସ୍ନାନପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ କରି ଜ୍ୱରରେ ପୀଡିତ ହୋଇଥିବା ବେଳେ ଗତକାଲି ଏକାଦଶୀ ତିଥିରେ ଖଳିଲାଗି ଓ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଦ୍ୱାଦଶ ତିଥିରେ ଶ୍ରୀଜୀଉମାନଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ