Thursday, February 19, 2026
28.4 C
Odisha

    ଆଜି ଭାରତ-ନେଦରଲାଣ୍ଡସ ଟକ୍କର, ଭାରତୀୟ ଟିମରେ ହୋଇପାରେ ଦୁଇଟି ପରିବର୍ତ୍ତନ

    ଆଗକୁ ପଢନ୍ତୁ

    ଆଇସିସି ଟି୨୦ ବିଶ୍ବକପ ୨୦୨୬ରେ ବଢିଆ ପ୍ରଦର୍ଶନ କରୁଥିବା ଭାରତୀୟ ଟିମ୍ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ ଖେଳିବ । ଟି୨୦ ବିଶ୍ବକପରେ ଆଜି ଭାରତ-ନେଦରଲାଣ୍ଡସ ଟକ୍କର ହେବ । ଗତ ୩ ମ୍ୟାଚ୍ ରୁ ୩ଟି ଯାକ ଜିତି ସୁପର-୮ ସ୍ଥାନ ନିଶ୍ଚିତ କରିଛି ଟିମ ଇଣ୍ଡିଆ । ଟିମ ଏବେ ଗ୍ରୁପ୍ -ଏ’ର ସମସ୍ତ ମ୍ୟାଚ୍ ଜିତି ସୁପର-୮ ଖେଳିବାର ଲକ୍ଷ୍ୟ ରଖିଛି । ସୁପର-୮ରେ ସ୍ଥାନ ପକ୍କା କରିଥିବା ଭାରତୀୟ ଟିମ୍ ଏହି ମ୍ୟାଚରେ କିଛି ପରିବର୍ତ୍ତନ ସହିତ ମଇଦାନକୁ ଓହ୍ଲାଇବ ।

    ଆଜି ନେଦରଲାଣ୍ଡସ ବିପକ୍ଷ ଗ୍ରୁପର ଶେଷ ମ୍ୟାଚରେ ପୂରା ମଜବୁତି ସହ ଓହ୍ଲାଇବ । କଲମ୍ବୋରେ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍ ମ୍ୟାଚ୍ ଜିତି ଭାରତୀୟ ଖେଳାଳି ଅହମଦାବାଦରେ ପହଞ୍ଚିଛି । ବିପକ୍ଷ ଟିମ ଦୁର୍ବଳ ଥିଲେ ବି ଗତକାଲି ମୋଟରା ଷ୍ଟାଡିୟମରେ ଅଭ୍ୟାସ କରିଛି ସୂର୍ଯ୍ୟବାହିନୀ । ଗତ ୩ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ୨୦୯ ରନଠୁ ଅଧିକ ସ୍କୋର କରିନି । ନେଦରଲାଣ୍ଡସ ବିପକ୍ଷରେ ବଡ଼ ସ୍କୋର୍ କରିବାକୁ ଚେଷ୍ଟା କରିବ ଭାରତ । ଅହମଦାବାଦ ପିଚ୍ ବି ସହାୟତା ଦେବା ସମ୍ଭାବନା ରହିଛି ।

    ଏଠାରେ ଖେଳାଯାଇଥିବ ଗତ ୫ ମ୍ୟାଚରୁ ୪ ଥର ସ୍କୋର୍ ୨୧୦ ଉପରେ ରହିଛି । ଗତ ମ୍ୟାଚରେ ଖେଳିଥିବା ଏକାଦଶରୁ ଭାରତ କେବଳ କୁଲଦୀବ ଯାଦବଙ୍କୁ ବାଦ୍ ଦେଇ ଅର୍ଶଦୀପ ସିଂହଙ୍କୁ ସାମିଲ କରିପାରେ । କୁଲଦୀପଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବିଶ୍ରାମ କରିପାରନ୍ତି । ଏପଟେ ନେଦରଲାଣ୍ଡସ ବିଶ୍ବକପରେ ନାମିବ୍ୟା ବିପକ୍ଷରେ ବିଜୟ ପାଇଛି ।

    ସମ୍ଭାବ୍ୟ ଏକାଦଶ ଭାରତ : ଅଭିଷେକ ଶର୍ମା, ଈଶାନ କିଶନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ରିଙ୍ଗୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ଜସପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    29 %
    1.4kmh
    30 %
    Thu
    34 °
    Fri
    35 °
    Sat
    36 °
    Sun
    36 °
    Mon
    36 °

    ସମ୍ବନ୍ଧିତ