Saturday, March 14, 2026
23.2 C
Odisha

    ଆଜି ମିଳିବ ସିଏମ କିଷାନ ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :  ଆଜି ଚାଷୀଙ୍କୁ ନୂଆଖାଇ ଭେଟି ଦେବେ ରାଜ୍ୟ ସରକାର । ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା ।ଚାଷୀଙ୍କ ଆକାଉଣ୍ଟକୁ 2 ହଜାର ଟଙ୍କା ପଠାଇବେ ରାଜ୍ୟ ସରକାର । ଏହା ଦ୍ବାରା ରାଜ୍ୟର ପ୍ରାୟ 51 ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଉପକକୃତ ହେବେ । 28 ତାରିଖରେ ନୂଆ ଖାଇ ପଡୁଥିବାରୁ ପୂର୍ବଦିନ ଏହି ଟଙ୍କା ପ୍ରଦାନ କରାଯିବ ।

    ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଥିବା ଜଣାପଡିଛି । ମୋଟ 19 ଲକ୍ଷ 67 ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ଯଦି ଦେଖିବା ଗତବର୍ଷ 17 ଲକ୍ଷ 50 ହଜାର ଚାଷୀ ପଞ୍ଜିକରଣ କରିଥିଲେ । ଏହି ପଞ୍ଜିକରଣ ପ୍ରକ୍ରିୟା ଜୁଲାଇ 19ରୁ ଆରମ୍ଭ ହୋଇ ଅଗଷ୍ଟ 25 ତାରିଖ ଯାଏଁ ଚାଲିଥିଲା । କ୍ଷୁଦ୍ର ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ତରଫରରୁ ଏହି ଟଙ୍କା ପ୍ରଦାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ