Friday, October 9, 2026
30.5 C
Odisha

    ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଟ ଟ୍ୟାକ୍ସ କମିସନର

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :  ଆସିଷ୍ଟାଣ୍ଟ ଟ୍ୟାକ୍ସ କମିସନର ସରିତା ବାରିକ ଲାଞ୍ଚ ନେଇ ଧରାପଡ଼ିବା ପରେ ଗିରଫ କଲା ଭିଜିଲାନ୍ସ । ରେଡ଼ ବେଳେ ଘରୁ ମିଳିଲା 1 ଲକ୍ଷ 45 ହଜାର ଟଙ୍କା, 60 ଲକ୍ଷର ଜମା ଟଙ୍କା, 222 ଗ୍ରାମ ସୁନା । ଗତକାଲି 25 ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଟିକସ ଛାଡ଼ ପାଇଁ ବେକେରୀ ସପ୍ ମାଲିକଙ୍କଠୁ ଲାଞ୍ଚ ନେଉଥିଲେ ସରିତା।

    ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଣେ ବେକେରି ମାଲିକଙ୍କ ଉପରେ ଲାଗିଥିବା ଜରିମାନା ରଫାଦଫା କରିବା ପାଇଁ ସରିତା ବାରିକ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।   ଏହାପରେ ଶ୍ରୀମତୀ ବାରିକଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଯୋଜନା କରିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଚଢ଼ଉ କରିଥିଲେ ।  ଘଟଣାସ୍ଥଳରୁ ରଙ୍ଗବୋଳା ଟଙ୍କା ଜବତ ହୋଇଥିଲା । ରିପ‌ୋର୍ଟ ଲେଖାଯିବା ବେଳକୁ ଭିଜିଲାନ୍ସ ବିଭାଗ ଶ୍ରୀମତୀ ବାରିକଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ