Wednesday, July 16, 2025
25.8 C
Odisha

    ଆଧାରକାର୍ଡକୁ ନେଇ ଉଠିଲା ବିରାଟ ପ୍ରଶ୍ନବାଚୀ, ଚକିତ କଲା ଆରଟିଆଇ ତଥ୍ୟ..

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତରେ ଆଧାରକାର୍ଡର ଗୁରୁତ୍ବ କେତେ ତାହା ସମସ୍ତେ ଜାଣନ୍ତି । ପ୍ରତିଟି ସରକାରୀ କାମ ହେଉ ବା ଯେକୌଣସି ଫର୍ମ ପୂରଣ କରିବା ବେଳେ ବା ଅନ୍ୟ କୌଣସି ସାମଗ୍ରୀ କିଣିବା ବେଳେ ଆଧାରକାର୍ଡ ବାଧ୍ୟତାମୂଳକ ଥାଏ । ଭାରତରେ ନାଗରିକ ପରିଚୟ ଭାବେ ଆଧାରକାର୍ଡକୁ ସବୁଠାରୁ ବଡ଼ ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଉଥିବା ବେଳେ ଆଧାରକାର୍ଡକୁ ନେଇ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ମୁତାବକ ଗତ ୧୪ ବର୍ଷ ମଧ୍ୟରେ ୧୧.୭ କୋଟି ଲୋକଙ୍କର ମୃତ୍ୟୁ ହୋଇଛି । ହେଲେ ମାତ୍ର ୧.୧୫ କୋଟି ଲୋକଙ୍କ ଆଧାରକାର୍ଡ ମୃତ୍ୟୁ ଅଧାରରେ ଡିଲିଟ ବା ନିଷ୍କ୍ରିୟ କରାଯାଇଛି । ସଂଯୁକ୍ତ ଜନସଂଖ୍ୟା କୋଷ ମୁତାବକ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଦେଶର ଜନସଂଖ୍ୟା ୧୪୬.୩୯ କୋଟି । ହେଲେ ଆଧାରକାର୍ଡ ଧାରକଙ୍କ ସଂଖ୍ୟା ୧୪୨.୩୯ କୋଟି । ଭାରତର ନାଗରିକ ପଞ୍ଜିକରଣ ସିଷ୍ଟମ ବା ସିଏସଆର ମୁତାବକ ୨୦୦୭-୨୦୧୯ ପର୍ଯ୍ୟନ୍ତ ପ୍ରତିବର୍ଷ ହାରାହାରି ୮୩.୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଆଧାରରେ ଗତ ୧୪ ବର୍ଷ ମଧ୍ୟରେ ୧୧.୬୯ କୋଟି ଲୋକଙ୍କର ମୃତ୍ୟୁ ହୋଇଥାଇପାରେ । ହେଲେ ଆଧାର ପରିଚାଳନା ସଂସ୍ଥା ୟୁଆଇଡିଏଆଇ ମାତ୍ର ୧.୧୫ କୋଟି ଲୋକଙ୍କର ଆଧାରକାର୍ଡ ନିଷ୍କ୍ରିୟ ବା ଡିଲଟି୍ କରିଛି । ଅର୍ଥାତ ମୃତକଙ୍କ ତୁଳନାରେ ମାତ୍ର ୧୦ ପ୍ରତିଶତ ମୃତ ଲୋକଙ୍କର ଅଧାରକାର୍ଡ ଡିଲିଟ୍ କରାଯାଇଛି ।

    ସବୁଠାରୁ ବଡ଼ ଆଶ୍ଚର୍ଯ୍ଯର କଥା କି ମୃତ୍ୟୁ ଆଧାରରେ କେତେ ଆଧାରକାର୍ଡକୁ ଗତ ୫ ବର୍ଷରେ ନିଷ୍କ୍ରିୟ କରାଯାଇଛି ତା’ର ତଥ୍ୟ ୟୁଆଇଡିଏଆଇ ପାଖରେ ଉପଲବ୍ଧ ନାହିଁ । ୟୁଆଇଡିଏଆଇ କେବଳ ଏତିକି ତଥ୍ୟ ଦେବାରେ ସମର୍ଥ ହୋଇଛି କି, ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ମୃତ୍ୟୁ ଆଧାରରେ ୧.୧୫ କୋଟି ଲୋକଙ୍କର ଅଧାରକାର୍ଡ ଡିଲିଟ୍ କରାଯାଇଛି । ଆରଟିଆଇ ତଥ୍ୟ ଅଧାରରେ ଏହା ସ୍ପଷ୍ଟ ହୋଇଛି କି, ୟୁଆଇଡିଏଆଇ ପାଖରେ ନା ଅଧାରକାର୍ଡ ନଥିବା ଲୋକଙ୍କର ତଥ୍ୟ ରହିଛି, ନା ମୃତ ଲୋକଙ୍କ ଅଧାରକାର୍ଡ ନିଷ୍କ୍ରିୟ କରିବାରେ ପ୍ରଭାବୀ ବ୍ୟବସ୍ଥା ରହିଛି । ଏହାଫଳରେ ତଥ୍ୟ ସଠିକତା ଉପରେ ପ୍ରଶ୍ନ ଉଠିଥିବା ବେଳେ ନୀତି ନିର୍ମାଣ, ଜନସଂଖ୍ୟା ପରିସଂଖ୍ୟାନରେ ଥିବା ତ୍ରୁଟିକୁ ଉଜାଗର କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    87 %
    1.8kmh
    100 %
    Wed
    26 °
    Thu
    32 °
    Fri
    33 °
    Sat
    30 °
    Sun
    30 °

    ସମ୍ବନ୍ଧିତ