Sunday, October 11, 2026
29.5 C
Odisha

    ଆନ୍ଧ୍ରରେ ୨ମୃତ, ବ୍ୟାପକ କ୍ଷତି । ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ

    ଆଗକୁ ପଢନ୍ତୁ

    ଆନ୍ଧ୍ର ପ୍ରଦେଶ  :  ଓଡ଼ିଶାରେ ସିନା କିଛି ପ୍ରଭାବ ପଡିଲା ନାହିଁ, କିନ୍ତୁ ଆନ୍ଧ୍ର ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି ମନ୍ଥା । ମନ୍ଥା ମାଡ଼ରେ ଆନ୍ଧ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢ ଲକ୍ଷ ଏକର ଫସଲ କ୍ଷତିଗ୍ରସ୍ତ ହୋଇଛି । ଆନ୍ଦ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଛନ୍ତି ।

    ମଙ୍ଗଳବାର ମଧ୍ୟରାତ୍ରିରେ ଅମରାବତି ନିକଟ ନରସାପୁରରେ ମୋନ୍ଥାରେ ସ୍ଥଳଭାଗ ଛୁଇଁବା ପରେ ଧ୍ୱଂସ ଖେଳାଇବା ଆରମ୍ଭ କରିଥିଲା ବାତ୍ୟା । ଫଳରେ ଦେଢ ଲକ୍ଷ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ଫଳରେ ବିଦ୍ୟୁତ୍ ଓ ପରିବହନ ପ୍ରବଳ ବ୍ୟାଘାତ ହୋଇଛି, ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନାଇଡୁ ଏରିଏଲ ସର୍ଭେ କରିବା ସହ ରିଲିଫ୍ ଶିବିର ପରିଦର୍ଶନ କରିଛନ୍ତି । ଫସଲ ଏବଂ ଭିତ୍ତିଭୂମିର କ୍ଷତି ମୂଲ୍ୟାଙ୍କନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନାଇଡୁ ପ୍ରଭାବିତ ଅଞ୍ଚଳ – ବାପତଲା, ପାଲନାଡୁ, କୃଷ୍ଣା, କୋନାସୀମା ଏବଂ ଏଲୁରୁ ଜିଲ୍ଲାର  ଏରିଏଲ ସର୍ଭେ କରିଛନ୍ତି। କନାସୀମାର ଆଲ୍ଲାଭରମ୍ ମଣ୍ଡଳରେ ଥିବା ଓଡାଲାରେଭୁ ରିଲିଫ୍ ଶିବିରକୁ ଗସ୍ତ ସମୟରେ, ନାଇଡୁ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୨୫ କିଲୋ ଚାଉଳ, ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ତିନି ହଜାର ଟଙ୍କା ସହାୟତା ବଣ୍ଟନ କରିଛନ୍ତି ।

    ସେ କହିଛନ୍ତି ଏହା ରାଜ୍ୟ ପାଇଁ ଏହା ଏକ ବଡ ବିପର୍ଯ୍ୟୟ, ଏକ ଲକ୍ଷ ଅଶି ହଜାର ଲୋକଙ୍କୁ ରିଲିଫ୍ ଶିବିରକୁ ସ୍ଥାନାନ୍ତର କରାଯାଇଛି ।  ଯୁଦ୍ଧ କାଳିନ ଭିତ୍ତିରେ ବିଦ୍ୟୁତ୍ ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା ଚାଲିଛି । ଧାନ ସହ ଉଦ୍ୟାନ ଫସଲର ଗୁରୁତର କ୍ଷତି ହୋଇଛି, ବିଶେଷକରି ନେଲୋର, ପ୍ରକାଶମ, ବାପତଲା ଏବଂ ପରଚୁରରେ, ଯେଉଁଠାରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଭାବିତଙ୍କ ପାଇଁ ସରକାର ରିଲିଫ୍ ପ୍ୟାକେଜ୍ ପ୍ରକାଶ କରିଛନ୍ତି, ପ୍ରତି ପରିବାର ପାଇଁ ୨୫ କେଜି ଚାଉଳ, ଏକ କିଲୋ ଡାଲି, ତେଲ, ପିଆଜ, ଆଳୁ ଏବଂ ଚିନି ପ୍ରଦାନ କରିଛନ୍ତି । ବୁଣାକାର ଓ ମତ୍ସ୍ୟଜୀବୀଙ୍କ ପାଇଁ ଡବଲ ଚାଉଳ ଆବଣ୍ଟନ ପ୍ରଦାନ କରାଯିବ । ସେହିପରି ମୋନ୍ଥାର ପ୍ରଭାବରେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିଛନ୍ତି ।  ବାତ୍ୟା ଜନିତ ବନ୍ୟା ଯୋଗୁଁ ଗୋଲକୁଣ୍ଡା ଏକ୍ସପ୍ରେସ୍ ଏବଂ କୋଣାର୍କ ଏକ୍ସପ୍ରେସ୍ ସେବା ପ୍ରଭାବିତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ