Friday, April 3, 2026
39.1 C
Odisha

    ଆପଣଙ୍କୁ ବାରମ୍ବାର ୟୁରିନ୍‌ ଇନ୍‌ଫେକ୍ସନ ହେଉଛି କି

    ଆଗକୁ ପଢନ୍ତୁ

    ଅନେକ ସମୟରେ ଦେଖିବାକୁ ମିଳିଥାଏ, ମହିଳାମାନେ ଅଧିକ ୟୁଟିଆଇ ପ୍ରୋବ୍ଲେମ ଅର୍ଥାତ୍‌ ୟୁରିନ୍‌ ଇନ୍‌ଫେକ୍ସନର ଶିକାର ହୋଇଥାଆନ୍ତି। କିଛି ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ବାରମ୍ବାର ଦେଖାଦେଇଥାଏ, ଯାହାକି ଶାରୀରିକ ଯନ୍ତ୍ରଣା ସହ ମାନସିକ ଅଶାନ୍ତି ମଧ୍ୟ ଦେଇଥାଏ। ଏହି ସମସ୍ୟାରୁ ଛୁଟ୍‌କାରା ପାଇବା ପାଇଁ ନିଜ ଡାଏଟ୍‌ରେ ଏମିତି କିଛି ଡ୍ରିଙ୍କସ୍‌ ସାମିଲ କରନ୍ତୁ, ଯାହା ଇନ୍‌ଫେକ୍ସନ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ବ୍ୟାପିବାକୁ ଦେବନାହିଁ। ଆସନ୍ତୁ ଜାଣିବା ଆପଣ କେଉଁ ପାନୀୟ ସେବନ କରିବା ଉଚିତ।

    ୧. ଦହି ଏବଂ ଲସି
    ୟୁରିନ୍‌ରେ ହେଉଥିବା ଜ୍ୱଳନରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଦହି ଏବଂ ଲସି ନିହାତି ଭାବେ ସେବନ କରିବା ଉଚିତ। ଏହାଦ୍ୱାରା ଆପଣଙ୍କୁ ମୂତ୍ର ଜଳାପୋଡ଼ାରୁ ମୁକ୍ତି ମିଳିପାରିବ। ମନେ ରଖନ୍ତୁ, ଏ ସବୁ ଆପଣଙ୍କୁ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧ ସହିତ ହିଁ ସେବନ କରିବାକୁ ପଡ଼ିବ। ଶୀତ ଋତୁରେ ଆପଣ ଦିନବେଳା ଦହି ଏବଂ ଲସି ପିଅନ୍ତୁ।

    ୨. ଚେରି ଜୁସ୍‌
    ଚେରି ଜୁସ୍‌ ଆପଣଙ୍କୁ ୟୁରିନ୍‌ ଇନ୍‌ଫେକ୍ସନରୁ ମୁକ୍ତି ଦେବ। କ୍ରେନ୍‌ ବେରି, ବ୍ଲୁ ବେରି ସହ ଅଁଳା ଜୁସ୍‌ ମଧ୍ୟ ୟୁରିନ୍‌ ଇନ୍‌ଫେକ୍ସନ ସମୟରେ ନିଶ୍ଚିତ ଭାବେ ପିଇବା ଉଚିତ। ଚେରିରେ ଆଣ୍ଟିଅକ୍ସିଡେଣ୍ଟସ୍‌ ରହିଥାଏ। ଚେରି ଖାଇବା ଏବଂ ଏହାର ଜୁସ୍‌ ପିଇବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

    ୩. କମଳା ଏବଂ ମୌସମୀର ଜୁସ୍‌
    କମଳା ଏବଂ ମୌସମୀର ଜୁସ୍‌ ୟୁରିନ୍‌ ଇନ୍‌ଫେକ୍ସନ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ ମହଜୁଦ୍‌ ଥିବା ସାଇଟ୍ରିକ୍‌ ଏସିଡ୍‌ ଏବଂ ଆଣ୍ଟିଅକ୍ସିଡେଣ୍ଟସ୍‌ ୟୁରିନ୍‌ ଇନ୍‌ଫେକ୍ସନ ଯନ୍ତ୍ରଣାରୁ ଉପଶମ ଦେଇଥାଏ।

    ୪. ଲେମ୍ବୁ ପାଣି
    ଶୀତ ଦିନେ ଆପଣ ଲେମ୍ବୁ ପାଣି ପିଇବାକୁ ହୁଏତ ଇଚ୍ଛା ନ କରିପାରନ୍ତି, କିନ୍ତୁ ଏହା ବହୁତ ଲାଭଦାୟକ। ଆପଣ ଗରମ ପାଣିରେ ଲେମ୍ବୁ ଚିପୁଡ଼ି, କଳା ଲୁଣ ଏବଂ ଜିରା ପାଉଡର ସହ ଟିକେ ଚିନି ମିଶାଇ ଟେଷ୍ଟି ଡ୍ରିଙ୍କ୍‌ ପ୍ରସ୍ତୁତ କରିପାରିବେ। ଏହାକୁ ପିଇଲେ ଆପଣଙ୍କୁ ଶୀତରୁ ମୁକ୍ତି ମିଳିପାରିବା ସହ ଇନ୍‌ଫେକ୍ସନରୁ ଉପଶମ ମିଳିବ।

    ୫. ଗାଜର ଏବଂ ବିଟ୍‌ ଜୁସ୍‌
    ଗାଜର ଏବଂ ବିଟ୍‌ ଜୁସ୍‌ ପିଇଲେ, ଆପଣଙ୍କ ଦୁର୍ବଳପଣ ଦୂର ହୋଇଯିବ। କେବଳ ଏତିକି ନୁହେଁ, ଏହା ଆପଣଙ୍କ ସ୍କିନ୍‌କୁ ମଧ୍ୟ ଗ୍ଲୋଇଙ୍ଗ୍‌ କରିବ। ଏହି ଜୁସ୍‌ ୟୁରିନ୍‌ ଇନ୍‌ଫେକ୍ସନ ଯନ୍ତ୍ରଣାରୁ ଉପଶମ ଦେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ