Thursday, December 25, 2025
27.2 C
Odisha

    ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା, ତୀବ୍ରତା ୩.୭

    ଆଗକୁ ପଢନ୍ତୁ

    ଆଫଗାନିସ୍ତାନ : ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା । ଆଜି ସକାଳ ୬.୯ ମିନିଟ୍ ସମୟରେ ରାଜଧାନୀ କାବୁଲ ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୭ ରହିଥିବା ଜଣାପଡିଛି ।  ଯାହାର କେନ୍ଦ୍ରସ୍ଥଳ ପ୍ରାୟ ୮୦ କିଲୋମିଟର ଗଭୀରତାର ରହିଛି । ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ବୋଲି NCS ସ୍ପଷ୍ଟ କରିଛି ।

    ଆପଣଙ୍କୁ ଜଣାଇ ରଖୁଛୁ ଯେ, କିଛି ମାସ ପୂର୍ବରୁ ଭୂକମ୍ପ ହୋଇଥିଲା । ଯାହା ମଙ୍ଗଳବାର ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୪.୩ ରହିଥିଲା । ଏହା ପୂର୍ବରୁ ୧୭ ଅକ୍ଟୋବରରେ ଉତ୍ତର ଆଫଗାନିସ୍ତାନ ହୋଇଥିଲା । ଯାହାର ତୀବ୍ରତା ୫.୫ ରହିଥିଲା । ସେପ୍ଟେମ୍ବର ମାସରେ ହୋଇଥିବା ୬.୦ ତୀବ୍ରତାର ଭୂକମ୍ପରେ ୧୪ ଜଣଙ୍କର ଜୀବନହାନି ଘଟିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.2 ° C
    27.2 °
    27.2 °
    23 %
    2.7kmh
    2 %
    Thu
    24 °
    Fri
    27 °
    Sat
    28 °
    Sun
    28 °
    Mon
    29 °

    ସମ୍ବନ୍ଧିତ