Saturday, March 14, 2026
24.5 C
Odisha

    ଆଫଗାନିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭୦ରୁ ଉର୍ଦ୍ଧ୍ବ ଜୀବନ

    ଆଗକୁ ପଢନ୍ତୁ

    ଆଫଗାନିସ୍ତାନ :ଆଫଗାନିସ୍ତାନ ହେରାତରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ୧୭ ଶିଶୁ ସମେତ ୭୦ରୁ ଉର୍ଦ୍ଧ୍ବ ମୃତ । ଇନ୍ଧନ ବୋଝେଇ ଟ୍ରକ ଓ ବାଇକ ସହ ଧକ୍କା ହୋଇ ଜଳିଗଲା ବସ୍। ବସଟି ପଶ୍ଚିମ ଆଫଗାନିସ୍ତାନରେ ଶରଣାର୍ଥୀଙ୍କୁ ନେଇ କ୍ଷୀପ୍ର ଗତିରେ ଯାଉଥିବାବେଳେ ଦୁର୍ଘଟଣା ହୋଇଥିଲା ।

    ଏହାରି ମଧ୍ୟରେ ପ୍ରାଦେଶିକ ସରକାର ଅହମ୍ମଦୁଲ୍ଲା ମୁତାକି ଦୁର୍ଘଟଣା ନେଇ ସୋସିଆଲ ମିଡିଆ X ରେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଏହି ଦୁର୍ଘଟଣା ଏବେକା ସମୟର ସବୁଠୁ ବଡ଼ ଦୁର୍ଘଟଣା ବୋଲି ସେ କହିଛନ୍ତି । ବସର ଦ୍ରୁତ ଗତି ଏବଂ ଚାଳକର ଖାମଖିଆଲି ଯୋଗୁ ଦୁର୍ଘଟଣା ହୋଇଥିବା କହିଛନ୍ତି ଅହମ୍ମଦୁଲ୍ଲା । ବସ ପ୍ରଥମେ ବାଇକ ଓ ପରେ ଟ୍ରକରେ ମାଡ ହୋଇଥିଲା । ଏହାପରେ ବସରେ ଲାଗିଯାଇଥିଲା ନିଆଁ । ତେବେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ମାତ୍ର ୩ଜଣ ଜୀବିତ ଥିବା କହିଛନ୍ତି ସ୍ଥାନୀୟ ପୋଲିସ । ଟ୍ରକ ଏବଂ ବାଇକରେ ଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ