Sunday, October 11, 2026
22.8 C
Odisha

    ଶୌଚାଳୟ ପରିଚାଳନାରେ ଆସିନି ସୁଧାର: ୩୦ଲକ୍ଷ ପାଣିରେ, ୪ଟି ଖତ ଖାଇଲାଣି

    ଆଗକୁ ପଢନ୍ତୁ

    ୭ବର୍ଷ ହେବ ନବରଂଗପୁର ସହରର ବିଭିନ୍ନ ବସ୍ତି ଓ ସାହି ବାସିନ୍ଦାଙ୍କ ଶୌଚ ସୁବିଧା ପାଇଁ ୩୦ ଲକ୍ଷ ଊର୍ଦ୍ଧ୍ବ ଟଙ୍କାରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟର ପରିଚାଳନାରେ ସୁଧାର ଆସି ପାରିନି। ଗୋଟିଏର ନିର୍ମାଣ ଆରମ୍ଭ ହୋଇନି। ୬ଟିରୁ ୨ଟି ଚାଳିଥିବା ବେଳେ ୪ଟି ଚାଳୁନି। ସହରରେ ଥିବା ୨ଟି ଏସଏଚଜି ୨ଟି ଗୋଷ୍ଠୀ ଶୌଚାଳୟ କେଉଁଠାରେ ପାଣି ଆସୁନି ତ ଆଉ କେଉଁଟି ଖୁଲା ମେଳା ଅବସ୍ଥାରେ ସେଭଳି ପଡ଼ି ରହିଛି। ଏଥିରୁ ୨ଟିକୁ ମହିଳା ସ୍ବୟଂ ସହାୟକ ଦଳକୁ ପରିଚାଳାନା ଦାୟିତ୍ବ ଦିଆଯାଇଛି।ପରିଚାଳନା ପାଇଁ ପ୍ରତ୍ୟେକକୁ ୮ହଜାର ଲେଖାଏଁ ପୌରପାଳିକା ପକ୍ଷରୁ ପ୍ରଦାନ କରାଯାଉଛି। ଏହା ବାଦ୍‌ ମଧ୍ୟ ଏଗୁଡିକର ପରିଚାଳନା ଠିକରେ ହେଉନଥିବା ଦେଖିବାକୁ ମିଳିଛି। ତହସିଲ କାର୍ଯ୍ୟାଳୟ ଓ ଜିଲ୍ଲା ଟ୍ରେଜରି ପରିସରରେ ଥିବା ୭ ଲକ୍ଷ ୩୬ ହଜାର ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟ ୨୦୧୮ ମସିହା‌ ଅକ୍ଟୋବର ୧୬ତାରିଖ ଉଦ୍‌ଘାଟନ ଦିନରୁ କାର୍ଯ୍ୟକାରୀ ହୋଇନି। ସେହିପରି ଗାରନାରୀସାହି କୃଷକ ବଜାର ନିକଟରେ ବି ନିର୍ମାଣ ହୋଇ ସେଭଳି ପଡ଼ିଛି। ବାରମ୍ବାର କବାଟ, ଝରକା ଓଅନ୍ୟ ସାମଗ୍ରୀ ଚୋରୀ ହେବାରେ ଲାଗିଛି। ପୌରପାଳିକା ନିକଟର ଗୋଷ୍ଠୀ ଶୌଚାଳୟ ଦବିବା ଅବସ୍ଥାକୁ ପଳାଇ ଆସିଛି। ତାହାକୁ କେହି ପରିଚାଳନା କରୁନାହାନ୍ତି।
    ତେବେ ଏହାକୁ ପୌରପାଳିକାର ସୁଇପର ଓସେମାନଙ୍କ ପରିବାରବର୍ଗ ବ୍ୟବହାର କରୁଛନ୍ତି। ୧୫ନଂ ୱାର୍ଡ ଆସାମ କୋଲାନୀର କିଛି ଦିନ ବ୍ୟବହୃତ ହେବା ପରେ ବନ୍ଦ ହୋଇପଡିଛି। କେବଳ ଦଶହରାପଦାରେ ଦୁଇଟି କାର୍ଯ୍ୟକାରୀ ହେଉଛି। ଦୁରଦୃଷ୍ଟି ଅଭାବରୁ ଏହି ଗୋଷ୍ଠୀ ଶୌଚାଳୟ ଯେଉଁ ସ୍ଥାନରେ ନିର୍ମାଣ କରାଯାଇଛି ସାମାନ୍ୟ ବର୍ଷା ହେବା ମାତ୍ରକେ ନାଳ ପାଣି ସବୁ ଏହାରି ମଧ୍ୟରେ ପ୍ରବେଶ କରୁଥିବା ବି ଅଂଚଳବାସୀ କହିଛନ୍ତି। ପରିଚାଳନା ଭାର ମହିଳା ସ୍ବୟଂ ସହାୟକ ଦଳ ଗୁଡିକ ନେଇ ପୌରପାଳିକା ଠାରୁ ସହାୟତା ରାଶି ନେଇ ରକ୍ଷଣାବେକ୍ଷଣ କରୁ ନାହାନ୍ତି ବୋଲି ପାରିଷଦ ବୈଠକରେ ବି ଆଲୋଚନା ହେଉଛି। ଗୌଷ୍ଠୀ ଶୌଚାଳୟ ନାଁରେ ୩୦ଲକ୍ଷର ଟଙ୍କାର ବ୍ୟାପକ ହରିଲୁଟ୍ ହୋଇଛି। ଏହାର ବିଧିବଦ୍ଧ ତଦନ୍ତ କରାଯିବାର ବି ଆବଶ୍ୟକତା ରହିଛି ବୋଲି ଆଇନଜୀବୀ ସନ୍ତୋଷ ମିଶ୍ର ଦାବି କରିଛନ୍ତି। ସମସ୍ତ ଗୋଷ୍ଠୀ ଶୌଚାଳୟର ବର୍ତ୍ତମାନର ସ୍ଥିତାବସ୍ଥା, କାର୍ଯ୍ୟନ୍ବୟନ ଉପରେ ବିଭାଗୀୟ କର୍ମଚାରୀଙ୍କୁ ଯାଂଚ କରି ରିପୋର୍ଟ ଦେବାକୁ କୁହାଯାଇଛି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ