Tuesday, April 7, 2026
31.9 C
Odisha

    ଆମେରିକା ଆତଙ୍କବାଦୀ ଆକ୍ରମଣକୁ ମୋଦୀଙ୍କ ନିନ୍ଦା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକାର ନ୍ୟୁ ଅର୍ଲିନ୍ସରେ ହୋଇଥିବା ଟ୍ରକ୍ ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି। ନ୍ୟୁ ଅର୍ଲିୟନ୍ସରେ ହୋଇଥିବା କାପୁରୁଷତାପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଆମର ସମବେଦନା ଓ ପ୍ରାର୍ଥନା ପୀଡ଼ିତ ଓ ସେମାନଙ୍କ ପରିବାର ବର୍ଗଙ୍କ ସହ ରହିଛି। ସେମାନେ ଏହି ଦୁଃଖଦ ଘଟଣାରୁ ମୁକୁଳିବା ପାଇଁ ଶକ୍ତି ଓ ସାନ୍ତ୍ୱନା ପାଆନ୍ତୁ। ସୂଚନାଯୋଗ୍ୟ ଯେ, ଲୁଇସିଆନାର ନ୍ୟୁ ଅର୍ଲିନ୍ସ ସହରରେ ଏକ ଟ୍ରକ୍ ଲୋକମାନଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ନ୍ୟୁ ଅର୍ଲିନ୍ସର ପ୍ରସିଦ୍ଧ କେନାଲ ଏବଂ ବୋର୍ବନ ଷ୍ଟ୍ରିଟରେ ଘଟିଛି, ଯେଉଁଠାରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ଏହି ଘଟଣା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ହିଁ ଆକ୍ରମଣକାରୀଙ୍କୁ ନିପାତ କରିଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ