Friday, May 1, 2026
33.4 C
Odisha

    ଗୋଟିଏ ପରିବାରର ୩ ମୃତ,କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ଗଞ୍ଜାମ : ଗଞ୍ଜାମ ପାଳିବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଛି । ଚାଉଳରେ ପୋକ ନ ଲାଗିବା ପାଇଁ ରଖାଯାଇଥିବା ଔଷଧକୁ ଖାଇ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ମା, ଝିଅ ଓ ପୁଅ ମୃତ । ସୂଚନାନୁସାରେ ଗତକାଲି ରାତିରେ ମା, ଝିଅ ଓ ପୁଅ ଔଷଧ ଖାଇ ଶୋଇ ପଡ଼ିଥିଲେ । ବିଳମ୍ବିତ ରାତି ଯାଏଁ ଘରର କବାଟ ନଖୋଲିବାରୁ ସ୍ଥାନୀୟ ବାସିନ୍ଦା ସନ୍ଦେହ ପ୍ରକାଶ କରି ଘରର କବାଟ ବାଡେଇଥିଲେ । ବିଷ ପାନ କରିବା ଜାଣିବା ପରେ ତିନି ଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତ ମା ର ବୟସ ୪୦, ଝିଅର ବୟସ ୧୬ ଓ ପୁଅର ବୟସ ୨୨ ବର୍ଷ । ଗତ ଦୁଇ ବର୍ଷ ପୂର୍ବରୁ ବାପାର ମୃତ୍ୟୁ ହୋଇଥିଲା । ବିଷ ପାନ କରିବାର କାରଣ ଅସ୍ପଷ୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33.4 ° C
    33.4 °
    33.4 °
    26 %
    1kmh
    83 %
    Fri
    34 °
    Sat
    41 °
    Sun
    42 °
    Mon
    40 °
    Tue
    36 °

    ସମ୍ବନ୍ଧିତ