Sunday, July 6, 2025
24.6 C
Odisha

ଆରବିଆଇ ନେଉଛି ବଡ ନିଷ୍ପତ୍ତି,କମିପାରେ ଗୃହ ଋଣ ସୁଧ

ଆଗକୁ ପଢନ୍ତୁ

ନୂଆଦିଲ୍ଲୀ   :  ସାରା ଦେଶରେ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି (ଇଏମଆଇ) ପୁଣି ଥରେ ହ୍ରାସ ପାଇପାରେ । ଆରବିଆଇ ଏନେଇ ଆସନ୍ତା ୬ ତାରିଖରେ ଏକ ବଡ ନିଷ୍ପତ୍ତି ନେବାକୁ ଯୋଜନା କରୁଛି ।

ସୂଚନା ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ବୈଠକ ଜୁନ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରତି ମାସରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ଆରବିଆଇ ମୁଦ୍ରାସ୍ପୀତି ସ୍ତର ଯାଞ୍ଚ କରିଥାଏ । ଏହା’ପରେ ଦେଶର ମୁଦ୍ରା ନୀତି ସ୍ଥିର କରେ ଏବଂ ଏହାର ରେପୋ ହାର ପରିବର୍ତ୍ତନ କରେ । ଫଳରେ ଏହା ଲୋକଙ୍କ ଇଏମଆଇ ଉପରେ ସୁଧ ଉପରେ ପ୍ରଭାବ ପକାଇଥାଏ । ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃଆରୀ ଏବଂ ଏପ୍ରିଲରେ ଏମପିସି ବୈଠକ କରିଥିଲା । ଉଭୟ ଥର ରେପୋ ରେଟ୍‍ ୦.୨୫-୦.୨୫ ପ୍ରତିଶତ ହ୍ରାସ କରାଯାଇଥିଲା । ଏହିପରି ଗତ ୬ମାସ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ହାର ୦.୫୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ବର୍ତ୍ତମାନ ରେପୋ ହାର ୬ପ୍ରତିଶତ ରହିଛି । ତୃତୀୟ ଥର ପାଇଁ ସୁଧ ହାର ହ୍ରାସ ପାଇବ। ଏଥର ଆରବିଆଇ ରେପୋ ହାର ୦.୨୫ ପ୍ରତିଶତ ହ୍ରାସ କରିବ ବୋଲି ଆଶା କରାଯାଉଛି । କାରଣ ଦେଶରେ ହାରାହାରି ଖୁଚୁରା ମୁଦ୍ରାସ୍ପୀତି ହାର ୪ପ୍ରତିଶତ ତଳେ ରହିଛି । ଯାହାକି ଆରବିଆଇର ଟାର୍ଗେଟ ରହିଥିଲା । କେଣୁ କ୍ରମାଗତ ତୃତୀୟ ଥର ପାଇଁ ନୀତିଗତ ସୁଧ ହାର ହ୍ରାସ ପାଇବାର ଆଶା ବୃଦ୍ଧି ପାଇଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.6 ° C
24.6 °
24.6 °
86 %
3.5kmh
100 %
Sun
25 °
Mon
25 °
Tue
24 °
Wed
25 °
Thu
27 °

ସମ୍ବନ୍ଧିତ