Friday, October 16, 2026
28.4 C
Odisha

    ଆରମ୍ଭ ହେଲା ଅପେରସନ ପ୍ରହାର, ଶିକ୍ଷାନୁଷ୍ଠାନ ଅଞ୍ଚଳରେ ନିଶାଦ୍ରବ୍ୟ ବିକ୍ରି ଉପରେ ଲାଗିବ ରୋକ

    ଆଗକୁ ପଢନ୍ତୁ

    ବାଲିଗୁଡା  :   ଶିକ୍ଷାନୁଷ୍ଠାନ ଅଞ୍ଚଳରେ ଆଉ ବିକ୍ରି ହୋଇପାରିବନି କୌଣସି ନିଶା ଦ୍ରବ୍ୟ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଅଞ୍ଚଳର ୧୦୦ ମିଟର ପରିଧି ମଧ୍ୟରେ ନିଶା ଦ୍ରବ୍ୟ ବିକ୍ରି ଉପରେ ଲାଗିଛି ବ୍ରେକ । ରାଜ୍ୟ ପୋଲିସ ନିର୍ଦ୍ଦେଶକ କଡାକଡି ଭାବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି । ନିଶାଦ୍ରବ୍ୟ ବିକ୍ରି ଉପରେ ରୋକ ଲଗେଇବାକୁ ନେଇ ଆରମ୍ଭ ହୋଇଛି ଅପେରସନ ପ୍ରହାର । ଏହି ଅଭିଯାନ ମାଧ୍ୟମରେ ରାଜ୍ୟର କୌଣସି ବି ଶିକ୍ଷାନୁଷ୍ଠାନ ଅଞ୍ଚଳ ପାଖରେ ଥିବା ଦୋକାନରେ ବିକ୍ରି ହୋଇ ପାରିବନି ନିଶା ଦ୍ରବ୍ୟ । ତେବେ ଏନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ପ୍ରହାର ଅଭିଯାନ ।

    ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦେଶ କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନର ଶହେ ମିଟର ପରିଧି ମଧ୍ୟରେ ନିଶାଦ୍ରବ୍ୟ ବିକ୍ରି କରୁଥିବା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ପୋଲିସ ଟିମ ଚଢ଼ାଉ କରି ବିପୁଳ ପରିମାଣରେ ନିଶାଦ୍ରବ୍ୟ ଜବତ କରାଯାଇଛି । କଲେଜ ଛକ ନିକଟରେ ଓ ଗୁଳିମରାପଦା ସାହିରେ ଥିବା ୫ଟି ଦୋକାନରୁ ମୋଟ ୪୦୫ କେଜି ସିଗାରେଟ ଓ ତମାଖୁ ଦ୍ରବ୍ୟ ଜବତ କରାଯାଇଛି ।

    ଅପେରସନ ପ୍ରହାର ଅଭିଯାନରେ ବାଲିଗୁଡା ଥାନା ଅଧିକାରୀ ସମ୍ବିତ ସ୍ୱାଇଁଙ୍କ ସମେତ ସ୍ୱତନ୍ତ୍ର ସ୍କ୍ୱାଡ଼ ସାମିଲ ହୋଇଥିଲେ । ତେବେ ୫ ଜଣ ଦୋକାନୀଙ୍କ ନାଁରେ ନିଶାଦ୍ରବ୍ୟ ବିକ୍ରି କରିବା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ମାମଲା ରୁଜୁ ହୋଇଛି । ତେବେ ଶିକ୍ଷାନୁଷ୍ଠାନ ଅଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନରେ ଥିବା ଦୋକାନୀ ଯଦି ୧୮ ବର୍ଷରୁ କମ ଯୁବକ ଯୁବତୀଙ୍କୁ ନିଶାଦ୍ରବ୍ୟ ବିକ୍ରି କରନ୍ତି ତେବେ ସେହି ଦୋକାନୀ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ।

    ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନ ଅଞ୍ଚଳରେ ନିଶାଦ୍ରବ୍ୟ ବିକ୍ରି ପରେ ଶିକ୍ଷାର ଭୌତିକ ପରିବେଶ ନଷ୍ଟ ହେଉଥିବା ବେଳେ ଯୁବପିଢ଼ି ମଧ୍ୟ ପଥଭ୍ରଷ୍ଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆରମ୍ଭ ହୋଇଛି ଅପେରସନ ପ୍ରହାର ଅଭିଯାନ । ଯାହା ଫଳରେ ନିଶାଦ୍ରବ୍ୟ କାରବାରରେ ରୋକ ଲାଗିବା ସହ ଶିକ୍ଷାନୁଷ୍ଠାନ ଅଞ୍ଚଳରେ ଉତ୍ତମ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ବ୍ୟକ୍ତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ