Monday, November 10, 2025
22.6 C
Odisha

    ଆର୍ଯ୍ୟନ ଖାନଙ୍କ ଫିଲ୍ମକୁ ନେଇ ବିରୋଧ କଲେ ସମୀର ୱାଙ୍ଖଡେ, କୋର୍ଟରେ ଦାୟର କଲେ ମାନହାନୀ ମକଦ୍ଦମା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଜୁନିଅର ଖାନ୍ ଆର୍ଯ୍ୟନ ଖାନଙ୍କ ଫିଲ୍ମକୁ ବିରୋଧ । ଆର୍ଯ୍ୟନ ଖାନଙ୍କ ଫିଲ୍ମକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହେଲେ ପୂର୍ବତନ ନାର୍କୋଟିକ୍ସ ଅଧିକାରୀ ସମୀର ୱାଙ୍ଖଡେ । ଆର୍ଯ୍ୟନ ଖାନଙ୍କ ଫିଲ୍ମ ବ୍ୟାଡସ ଅଫ ବଲିଉଡକୁ ନେଇ କୋର୍ଟରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି ସମୀର ୱାଙ୍ଖଡେ ।

    ନେଟଫ୍ଲିକ୍ସ ସିରିଜ ବ୍ୟାଡସ ଅଫ ବଲିଉଡରେ ମିଥ୍ଯା, ମନ୍ଦ ଉଦ୍ଦେଶ୍ୟ ଓ ମାନହାନିସୂଚକ ଚିତ୍ରଣ କରାଯାଇଥିବା ଅଭିଯୋଗ କରିଛନ୍ତି ସମୀର । ଏନେଇ ଦିଲ୍ଲୀର ଏକ କୋର୍ଟରେ ଶାହରୁଖ ଓ ଗୌରୀ ଖାନଙ୍କ ରେଡ ଚିଲ୍ଲିଜ ଏଣ୍ଟରଟେନମେଣ୍ଟ, ଓଟିଟି ଫ୍ଲାଟଫର୍ମ ନେଟଫ୍ଲିକ୍ସ ଓ ଅନ୍ୟ ପାର୍ଟିଙ୍କୁ ପକ୍ଷଭୁକ୍ତ କରି ୨ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିଛନ୍ତି । ଏହି ଅର୍ଥକୁ ସେ ମୁମ୍ବାଇର ଟାଟା ମେମୋରିଆଲ କ୍ୟାନସର ହସପିଟାଲକୁ ପ୍ରଦାନ କରିବେ ବୋଲି କହିଛନ୍ତି ।

    ବ୍ୟାଡସ ଅଫ ବଲିଉଡରେ ଆଣ୍ଟି ଡ୍ରଗସ ଏନଫୋର୍ସମେଣ୍ଟ ଏଜେନସିକୁ ନକାରାତ୍ମକ ଓ ଭ୍ରମାତ୍ମକ ଭାବେ ଚିତ୍ରଣ କରାଯାଇଛି । ଏହା ସହ ଏହି ସିରିଜରେ ତାଙ୍କ ଚରିତ୍ରକୁ ଉପସ୍ଥାପନ କରାଯାଇ ତାଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ସମ୍ମାନହାନି କରିବାକୁ ଦର୍ଶାଯାଇଥିବା ଅଭିଯୋଗ କରିଛନ୍ତି ସମୀର ୱାଙ୍ଖଡେଙ୍କ ଓକିଲ ଜତିନ ପରାଶର ।

    ସୂଚନାଯୋଗ୍ୟ, ୨୦୨୧ରେ ଏକ କ୍ରୁଜ ଜାହାଜରେ ପାର୍ଟି ଚାଲିଥିବାବେଳେ ଆର୍ଯ୍ୟନ ଖାନ ଏବଂ ଅନ୍ୟମାନେ ନିଶା ସେବନ କରିଥିଲେ । ଏହି ସମୟରେ ଏନସିବି ଅଧିକାରୀ ସମୀର ଓ ତାଙ୍କ ଟିମ ଚଢ଼ାଉ କରି ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଗିରଫ କରିଥିଲା । ଏହି ମାମଲାରେ ସମୀର ଓ ତାଙ୍କ ଟିମ ଶାହରୁଖ ଖାନଙ୍କଠାରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.6 ° C
    22.6 °
    22.6 °
    39 %
    1.5kmh
    0 %
    Mon
    25 °
    Tue
    26 °
    Wed
    26 °
    Thu
    26 °
    Fri
    25 °

    ସମ୍ବନ୍ଧିତ