Tuesday, March 24, 2026
22.9 C
Odisha

    ଆଳିରେ ବୟସ ଜାଲିଆତି କରି ହାତେଇଥିଲେ ବାର୍ଦ୍ଧକ୍ୟଭତ୍ତା

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : ଆଳି ବ୍ଲକ୍‌ରେ ଭତ୍ତା ‌ହାତେଇଥିବା ୬୫ ଜଣ ଭେଣ୍ଡିଆଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ଆଳି ବିଡିଓ ମିନତି ଜଗଦ୍ଦେବ ଥାନାରେ ଏ ସଂକ୍ରାନ୍ତରେ ଏତଲା ଦେଇଛନ୍ତି। ବୟସ ଜାଲିଆତି କରି ବାର୍ଦ୍ଧକ୍ୟଭତ୍ତା ହାତେଇଥିବା ଏହି ୬୫ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ଗତ ଫେବ୍ରୁଆରି ମାସଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେମାନେ ହାତେଇଥିବା ୭ ହଜାର ଟଙ୍କା ଲେଖାଏଁ ଭତ୍ତା ଟଙ୍କା ଫେରସ୍ତ ଦିଗରେ ପଦକ୍ଷେପ ନେବାକୁ ବିଡିଓ ଏତଲାରେ ଉଲ୍ଲେଖ କରିଛନ୍ତି। ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟଭତ୍ତା ଅଭିଯୋଗକୁ ନେଇ ଖବର କାଗଜରେ ଲଗାତାର ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତନାଘନା ହୋଇଥିଲା। ଶେଷରେ ଏହି ତଦନ୍ତ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ୬୫ ଯୁବକ ଧରାପଡ଼ିଛନ୍ତି। ଆଳି ବିଡିଓ ଶ୍ରୀମତୀ ଜଗଦ୍ଦେବ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୨୦୨୪ ଫେବ୍ରୁଆରିରେ ଏହି ଅଯୋଗ୍ୟ ହିତାଧିକାରୀ ଜାଲ୍‌ ସ୍କୁଲ୍‌ ସାର୍ଟିଫିକେଟ ଜରିଆରେ ବୟସ ଜାଲିଆତି କରି ବାର୍ଦ୍ଧକ୍ୟଭତ୍ତା ହାତେଇଥିଲେ। ଅନ୍ ଲାଇନ୍ ଆବେଦନରେ ଦେଇଥିବା ସତ୍ୟପାଠରେ ମଧ୍ୟ ମିଛ କାଗଜପତ୍ରକୁ ସତ୍ୟ ବୋଲି ଘୋଷଣା କରିଥିଲେ। ତଦନ୍ତ ପ୍ରକ୍ରିୟାରେ ଅଯୋଗ୍ୟ ହିତାଧିକାରୀଙ୍କ ସମସ୍ତ କାଗଜାତ ଯାଞ୍ଚ ସହିତ ହିତାଧିକାରୀଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୪୮ ହିତାଧିକାରୀ ଚିହ୍ନଟ ପରେ ଅଧିକ ତଦନ୍ତ କରାଯାଇ ୬୫ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ସହ‌ ସେମାନଙ୍କ ନାମରେ ଏତଲା ଦିଆଯାଇଛି। ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ଏହି ପ୍ରକ୍ରିୟା ଶେଷ ହେବା ପାଇଁ ଆଉ ୧୫/୨୦ ଦିନ ସମୟ ଲାଗିବ ବୋଲି ବିଡିଓ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    44 %
    1.8kmh
    0 %
    Mon
    23 °
    Tue
    35 °
    Wed
    37 °
    Thu
    38 °
    Fri
    40 °

    ସମ୍ବନ୍ଧିତ