Sunday, October 11, 2026
28.3 C
Odisha

    ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଭାରତର ପ୍ରଧାନ ବିଚାରପତିଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି । ସୁପ୍ରିମକୋର୍ଟ ଏହି ମାମଲାରେ ସ୍ୱତଃ ତଦନ୍ତ କରନ୍ତୁ ବୋଲି ନିବେଦନ କରିଛନ୍ତି। ତୁରନ୍ତ ଏହି ମାମଲାର ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଯାଉ ବୋଲି ଯାତ୍ରୀମାନେ କହିଥିଲେ।

    ଡିଜିସିଏ ଇଣ୍ଡିଗୋ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଛି ଯେ ଇଣ୍ଡିଗୋ ଏହାର ନୂଆ ଡ୍ୟୁଟି ନିୟମ କାର୍ଯ୍ୟକାରୀ କରିବା ଓ ଉପଯୁକ୍ତ କ୍ରୁ ପରିଚାଳନା କରିବାରେ ବିଫଳ ହୋଇଥିବାରୁ ସମସ୍ତ ଉଡାଣ ବାଧାପ୍ରାପ୍ତ ହୋଇଥିଲା। ସେପଟେ ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି ଯେ ଇଣ୍ଡିଗୋର ଖରାପ କ୍ରୁ ପରିଚାଳନା ଏବଂ ଡିଜିସିଏ ନିୟମାବଳୀର ଭୁଲ ପରିଚାଳନା ଯୋଗୁଁ ଇଣ୍ଡିଗୋ ବର୍ତ୍ତମାନ ଏହି ସମସ୍ୟାର ସମ୍ମୁଖୀନ ହେଉଛି। କେଉଁଠାରେ ଭୁଲ୍ ରହିଛି ଓ ଏପରି ପରିସ୍ଥିତି ପାଇଁ କିଏ ଦାୟୀ ଏହାର ତଦନ୍ତ କରାଯିବ ଉଚିତ୍ ଓ ଦୋଷୀ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ