Sunday, October 11, 2026
28.3 C
Odisha

    ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ ପୁରୁଣା ବହି ପଢ଼ିବେନାହିଁ। ସେମାନଙ୍କ ପାଇଁ ନୂଆ ବହିର ବ୍ୟବସ୍ଥା କରାଯିବ। ପ୍ରଥମଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ ପ୍ରଥମରୁ ଦ୍ବାଦଶଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ବଦଳିବ। ଏହାର ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଜାରି ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଥିବା ବିଦ୍ୟାଳୟ ଗୁଡ଼ିକର ପ୍ରଥମରୁ ଦ୍ବାଦଶଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ପରିକଳ୍ପନା ରହିଛି। ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଡ୍ରାଫ୍ଟ କରିବା ପାଇଁ କମିଟି ଗଠନ କରାଯାଇଛି। ପାଠ୍ୟପୁସ୍ତକ ଏବଂ ପାଠ୍ୟକ୍ରମ ବିକାଶ ପାଇଁ ବିଷୟ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ ହୋଇଛି। ଜାତୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ)ର ସମାନ୍ତରାଳରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିବା ତଥା ସ୍ଥାନୀୟ ପ୍ରସଙ୍ଗ ଯଥା- ଓଡ଼ିଶାର ସାଂସ୍କୃତିକ, ଭୌଗୋଳିକ, ଲଜିଷ୍ଟିକ୍ ବିଷୟବସ୍ତୁକୁ ଆବଶ୍ୟକତା ଅନୁସାରେ ପାଠ୍ୟପୁସ୍ତକରେ ସ୍ଥାନିତ କରିବାକୁ ସ୍ଥିରୀକୃତ ହୋଇଥିବା ମନ୍ତ୍ରୀ ଦର୍ଶାଇଛନ୍ତି। କେବେ ପିଲା ନୂଆ ପାଠ୍ୟପୁସ୍ତକ ପଢ଼ିବେ ‌େ‌ସ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି। ଶିକ୍ଷା ବ୍ୟବସ୍ଥାରେ ସମୟୋପଯୋଗୀ ସୁଧାର ଆଣିବା ଏବଂ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ପାଠ୍ୟପୁସ୍ତକ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକସ୍ତର ଯାଏଁ ସମସ୍ତ ଛାତ୍ରଛାତ୍ରୀ ନୂଆ ବହି ପଢ଼ିବାର ସୁଯୋଗ ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ