Thursday, October 15, 2026
23.2 C
Odisha

    ଇଣ୍ଡୋନେସିଆ ଅବତରଣ ପୂର୍ବରୁ ଜ୍ବାଳାମୁଖୀ ଉଦଗୀରଣ ଯୋଗୁଁ ଦିଲ୍ଲୀ ଫେରିଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପୁଣି ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ବିମାନ । ପୂର୍ବ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଜ୍ୱାଳାମୁଖୀ ଉଦଗୀରଣ ଯୋଗୁଁ ଆଜି ବାଲି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦିଲ୍ଲୀକୁ ଫେରିଆସିଛି । ଦିଲ୍ଲୀରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି ।

    ଖବର ମୁତାବକ, ଦିଲ୍ଲୀରୁ ବାଲି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ AI2145 ମଝି ଆକାଶରେ ଫେରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହା ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନବନ୍ଦରରେ ନିରାପଦରେ ଅବତରଣ କରିଥିଲା ବିମାନ। ଏୟାରଲାଇନ୍ସ ପକ୍ଷରୁ ସମସ୍ତ ଯାତ୍ରୀ ନିରାପଦରେ ଓହ୍ଲାଇ ଯାଇଥିବା ନିଶ୍ଚିତ କରାଯାଇଛି । ଏୟାରଲାଇନ୍ସ ଏକ ବୟାନରେ କହିଛି କି, “ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆନ୍ତରିକ ଦୁଃଖ ପ୍ରକାଶ କରୁଛୁ, ଏବଂ ଏହାକୁ କମ୍ କରିବା ପାଇଁ ପ୍ରଭାବିତ ଯାତ୍ରୀମାନଙ୍କୁ ହୋଟେଲ ରହଣୀ ପ୍ରଦାନ କରାଯାଇଛି । ବାତିଲ ଉଡ଼ାଣ ପାଇଁ ସମ୍ପୂର୍ଣ୍ଣ ରିଫଣ୍ଡ କିମ୍ବା ଇଚ୍ଛା ଅନୁଯାୟୀ ମାଗଣା ପୁନଃନିର୍ଦ୍ଧାରଣର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି ।”

    ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଏୟାରଲାଇନ୍ସ ଭର୍ଜିନ ଅଷ୍ଟ୍ରେଲିଆ, ଜେଟଷ୍ଟାର, ଏୟାର ନିଉଜିଲ୍ୟାଣ୍ଡ, ସିଙ୍ଗାପୁରର ଟାଇଗରଏୟାର, ଚୀନର ଜୁନେୟାଓ ଏୟାରଲାଇନ୍ସ ଏବଂ ଏୟାର ଇଣ୍ଡିଆ ଆଦି ଏୟାରଲାଇନ୍ସ ଉଡ଼ାଣ ବାତିଲ କିମ୍ବା ମାର୍ଗ ପରିବର୍ତ୍ତନ କରିଥିଲେ । ଇଣ୍ଡୋନେସିଆର ସବୁଠାରୁ ସକ୍ରିୟ ଜ୍ୱାଳାମୁଖୀ ମଧ୍ୟରୁ ଅନ୍ୟତମ ମାଉଣ୍ଟ ଲେଓଟୋବି ଲାକି ଲାକି, ଯାହା ପୂର୍ବ ନୁସା ତେଙ୍ଗାରା ପ୍ରଦେଶରେ ଅବସ୍ଥିତ, ମଙ୍ଗଳବାର ସନ୍ଧ୍ୟାରେ ଉଦଗୀରଣ ହୋଇଥିଲା । ଏହାପୂର୍ବରୁ ମଙ୍ଗଳବାର ଦିନ ଖରାପ ପାଗ ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ୧୪ଟି ବିମାନକୁ ଡାଇଭର୍ଟ କରାଯାଇଥିଲା । ୬ଟି ଉଡାଣକୁ ଭୋପାଳ, ଚଣ୍ଡୀଗଡ, ଅମ୍ତସର, ଅହମଦାବାଦ, ବାରଣାସୀ ଏବଂ ଲକ୍ଷ୍ନୌକୁ ପଠାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ