Friday, September 27, 2024
24 C
Odisha

    ଇନ୍ଦ୍ରିୟ ସଂଯମ

    ଆଗକୁ ପଢନ୍ତୁ

     

    ଗୋଟିଏ ରାଜ୍ୟରେ ରାଜାଙ୍କର ଛେଳିଟିଏ ଥାଏ । ତାକୁ ଯିଏ ଯେତେ ପେଟପୂରା ଆହାର ଦେଲେ ବି ସେ ପୁଣି ଖାଇବାକୁ ଆଗେଇ ଯାଏ । ସକାଳୁ ସନ୍ଧ୍ୟା ଯାଏଁ ଚରାଇ ଘାସ, ଡାଳପତ୍ର ଖୋଇଥିଲେ ବି ପୁଣି ଛନଛନିଆ ଡାଳପତ୍ର ଘାସ ଦେଖି ମୁହଁ ବଢାଏ । ସେହି ଛେଳିକୁ ଜଣେ ବାବାଜୀ କିଛିଦିନ ପାଇଁ ମାଗିନେଲେ ଓ ତାକୁ ଡାଳପତ୍ର ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଦେଇ ଗୋଟିଏ ଉପାୟ ଅବଲମ୍ବନ କଲେ । କିଛିଦିନ ପରେ ତାକୁ ରାଜଦରବାରକୁ ନେଇ ଆସି ରାଜାଙ୍କ ସମ୍ମୁଖରେ ଉପସ୍ଥିତ କରାଇ କହିଲେ ଯେ ଛେଳିଟିର ପ୍ରକୃତି ବର୍ତ୍ତମାନ ବଦଳି ଯାଇଛି । ରାଜା ପରୀକ୍ଷା କରିବା ପାଇଁ ବାବାଜୀଙ୍କ ଆଗରେ ଛେଳିର ମୁଖ ସାମ୍ନାରେ ଘାସ ଦେଖାଇଲେ । ମାତ୍ର ସେହି ଛେଳି ପୂର୍ବପରି ଆଉ ଘାସ ଖାଇଲା ନାହିଁ । ରାଜା ଏହାର କାରଣ ପଚାରିଲେ । ବାବାଜୀ କହିଲେ ଅସଜଡା ଚାଟକୁ ଛାଟ ଦେଇ ବାଟକୁ ଆଣିବା ପରି ଛେଳିକୁ ଘାସ ଦେଖାଇ ଖାଇବାକୁ ଉଦ୍ୟତ ହେବା ବେଳେ ଥୋମଣିରେ ପ୍ରହାର କରାଯାଏ । ଯାହା ଫଳରେ ସେ ଭୟରେ ତା ଇନ୍ଦ୍ରିୟକୁ ସଂଯତ କରି ନେଇଛି । ଠିକ ସେହିପରି ସାଧାରଣ ମଣିଷ ଇନ୍ଦ୍ରିୟବଶ ହୋଇ ନାନା ପ୍ରକାର କୁକର୍ମ ଓ କୁଖାଦ୍ୟ ଗ୍ରହଣ କରିଥାଏ । ମନ ବା ଇନ୍ଦ୍ରିୟକୁ ଜୋର କରି(ଦଣ୍ଡ ଦେବା ପରି) ଦୃଢତାର ସହିତ ଖରାପ କର୍ମରୁ ନିବୃତ୍ତ କରିହେବ । ଠିକ ସେହିପରି ଆଉ ଏକ ଆଖ୍ୟାନ ଇନ୍ଦ୍ରିୟ ସଂଯମତାର ସୂଚନା ଦିଏ ।

    ଜଣେ ସନ୍ଥ ନିଜ ଆଶ୍ରମ ସନ୍ନିକଟ ମିଠା ଦୋକାନ ଦେଖି ମିଠା ଖାଇବାକୁ ମନ କରନ୍ତି । ମିଠା ଖାଇବା ସ୍ଵାସ୍ଥ୍ୟ ପକ୍ଷେ ଅନ୍ତତଃ ଜଣେ ତପୀଙ୍କ ପାଇଁ କ୍ଷତିକାରକ । ତଥାପି ସେ ମିଠା ଖାଇବାର ଲୋଭ ସମ୍ବରଣ କରି ପାରନ୍ତି ନାହିଁ । ଦିନେ ସେ ମିଠାଗୁଡିଏ କିଣି ପାଟି, ନାକ, ଆଖି ଓ ମୁହଁସାରା ହାତରେ ଘଷି ବୋଳିପକାଇଲେ । ମନେମନେ କହୁଥାନ୍ତି, ଖାଇବାକୁ ମନ ତ, ଖା’ ଏଥର । ଆଖି,ନାକରେ ମିଠା ଓ ଚିନି ଶିରା ଲାଗି ପୋଡିବାକୁ ଲାଗିଲା । ତା’ପରଠାରୁ ତାଙ୍କର ଇନ୍ଦ୍ରିୟମାନେ ଆଉ ମିଠା ଖାଇବାକୁ ଆଗ୍ରହ କଲେ ନାହିଁ । ଇନ୍ଦ୍ରିୟମାନଙ୍କଠାରୁ ଦୂରେଇ ରହିବାକୁ ହେଲେ ମନ ଓ ବିବେକର ଦୃଢତା ଆବଶ୍ୟକ । ଯିଏ ଇନ୍ଦ୍ରିୟମାନଙ୍କୁ ଦଣ୍ଡ ଦେଇ ସାବାଡ କରି ଆୟତ୍ତରେ ରଖିପାରେ, ସେ ହିଁ ଜିତେନ୍ଦ୍ରିୟ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    98 %
    1.6kmh
    100 %
    Fri
    24 °
    Sat
    32 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ