Friday, April 24, 2026
29.1 C
Odisha

    ଇସ୍କନର ଅଦିନିଆ ରଥଯାତ୍ରା ଓ ଦିଘା ଜଗନ୍ନାଥ ଧାମକୁ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

    ଆଗକୁ ପଢନ୍ତୁ

    ପୁରୀ : ଇସ୍କନର ଅଦିନିଆ ରଥଯାତ୍ରା ଓ ଦିଘା ଜଗନ୍ନାଥ ଧାମ ଘଟଣାକୁ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ବିଧିବିଧାନକୁ ଉଲ୍ଲଂଘନ କରି ନିଜର ଖ୍ୟାତି ପାଇଁ ଇସ୍କନ ଏଭଳି କାର୍ଯ୍ୟ କରୁଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ । ସନାତନ ବୈଦିକ ଧର୍ମରେ ବୈଷ୍ଣବ ପ୍ରଥା ଅନୁସାରେ ଇସ୍କନ ମଧ୍ୟ ସେହିଦିନରେ ରଥଯାତ୍ରା ଆୟୋଜନ କରିଵା ଆବଶ୍ୟକତା ରହିଛି । ସେପଟେ ଦିଘା ଜଗନ୍ନାଥ ଧାମ ପ୍ରସଙ୍ଗ ନେଇ ଜଗତ୍ଗୁରୁ କହିଛନ୍ତି ପଶ୍ଚିମବଙ୍ଗର ଅଧିକାଂଶ ଭକ୍ତ ପୁରୀ ଆସିଥାନ୍ତି l ସେମାନେ ବି ଜାଣିଛନ୍ତି ଜଗନ୍ନାଥ ଧାମ କେବଳ ପୁରୀକୁ ହିଁ ବୁଝାଏ l ଯଦି ଦିଘାକୁ ଜଗନ୍ନାଥ ଧାମ କୁହାଯାଏ ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ବଙ୍ଗୀୟବାସୀମାନଙ୍କ ମମତା ରହିବନି ବୋଲି କହିଛନ୍ତି ଜଗତଗୁରୁ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.1 ° C
    29.1 °
    29.1 °
    13 %
    1.7kmh
    84 %
    Thu
    29 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ