Wednesday, October 14, 2026
26.2 C
Odisha

    ଇସ୍ରୋ ପରିଭ୍ରମଣ କରି ଫେରିଲେ କୋକସରା ଆଦର୍ଶ ବିଦ୍ୟାଳୟର ଛାତ୍ର ପ୍ରୟାଗରାଜ

    ଆଗକୁ ପଢନ୍ତୁ

    କଳାହାଣ୍ଡି  :  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ  ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବଙ୍ଗୋମୁଣ୍ଡାର ଦଶମ ଶ୍ରେଣୀର ଛାତ୍ର ପ୍ରୟାଗରାଜ ପଣ୍ଡା  ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ ) ପରିଭ୍ରମଣ କରିଛନ୍ତି ।

    ସୂଚନାଯୋଗ୍ୟ, ଗତ ନଭେମ୍ବର ୨୦୨୪ ରେ ଭୁବନେଶ୍ୱରଠାରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ମୋଟ ୭୧ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦ ଟି ଜିଲ୍ଲାରୁ ୩୦ ଜଣ ଛାତ୍ରଛାତ୍ରୀ ଇସ୍ରୋ ଯିବା ପାଇଁ ମନୋନୀତ ହୋଇଥିଲେ । ତେବେ କଳାହାଣ୍ଡି ଜିଲ୍ଲାରୁ ପ୍ରୟାଗରାଜ ବିଜ୍ଞାନ ଶିକ୍ଷକ କିଶନ କୁମାର ତାଣ୍ଡିଙ୍କ ସହ ଗତ ୨୪ ମଇରୁ ୨୮ ମଇ ପର୍ଯ୍ୟନ୍ତ ଇସ୍ରୋର ୟୁଆରରାଓ ସାଟେଲାଇଟ ସେଣ୍ଟର, ଟେଲି ମେ୍ଟ୍ରି ଏବଂ କମାଣ୍ଡିଙ୍ଗ ସେଣ୍ଟର ତଥା ଇସ୍ରୋର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଫେରିଛନ୍ତି । କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚ।ୟତ ଓଲମା ଗ୍ରାମର ଆଶିଷ କୁମାର ପଣ୍ଡାଙ୍କ ପୁଅ ପ୍ରୟାଗରାଜଙ୍କ ଏହି ସଫଳତା ପରେ ବିଦ୍ୟାଳୟର ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତଙ୍କ ସମେତ ଶିକ୍ଷକ- ଶିକ୍ଷୟତ୍ରୀ ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ