Sunday, October 4, 2026
23.3 C
Odisha

    ଋତୁସ୍ରାବ ସମୟରେ ଯନ୍ତ୍ରଣା କମାଇବା ପାଇଁ କଣ ଖାଇବେ, କଣ ଏଡ଼ାଇବେ?

    ଆଗକୁ ପଢନ୍ତୁ

    ମାସିକ ଋତୁସ୍ରାବ ପ୍ରତ୍ୟେକ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। ଏହି ସମୟରେ ସେମାନଙ୍କୁ ପେଟ ବ୍ୟଥା, ଗୋଡ଼-ହାତ ବିନ୍ଧା, ପ୍ରବଳ ଥକ୍କାପଣ ଏବଂ ମୁଡ୍ ସ୍ୱିଙ୍ଗ୍ସ ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଯଦିଓ ପିରିୟଡ୍ସ ସମୟରେ ହେଉଥିବା ସମସ୍ୟା ସବୁ ମହିଳାଙ୍କ କ୍ଷେତ୍ରରେ ସମାନ ନଥାଏ, କିନ୍ତୁ କିଛି ମହିଳାଙ୍କର ଏହି ସାଇକେଲ୍ ଏକଦମ ଠିକ୍ ରହିଥାଏ। ଅନ୍ୟପଟେ କିଛି ମହିଳା ଅତିରିକ୍ତ ଯତ୍ନ ନେବା ପରେ ମଧ୍ୟ ପ୍ରତି ମାସରେ ଅସହ୍ୟ ପେଟ ଯନ୍ତ୍ରଣା ଭୋଗିଥାନ୍ତି। ଯଦି ଆପଣ ମଧ୍ୟ ପିରିୟଡ୍ସ ସମୟରେ ହେଉଥିବା ଏହି କଷ୍ଟକୁ ନେଇ ଚିନ୍ତିତ, ତେବେ ଚିନ୍ତା ଛାଡ଼ନ୍ତୁ ଏବଂ ଏହି ଉପାୟ ଆପଣାନ୍ତୁ । ତେବେ ଏହି ସମୟରେ ଖାଇବା ପିଇବାରେ ସାମାନ୍ୟ ପରିବର୍ତ୍ତନ କରି ଆମେ ଯନ୍ତ୍ରଣା ଓ ଅସହଜତାକୁ କମ୍ କରିପାରିବା।

    ପିରିୟଡ୍ସ ସମୟରେ ଗରିଷ୍ଠ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ

    ଆୟୁର୍ବେଦ ବିଶେଷଜ୍ଞ ମନୀଷ ଆଚାର୍ଯ୍ୟଙ୍କ ଅନୁଯାୟୀ, ପିରିୟଡ୍ସ ସମୟରେ ଅଧିକ ଭାରୀ, ତେଲ ବା ଛଣାଛଣି ଏବଂ ଅତ୍ୟଧିକ ପ୍ରୋସେସଡ୍ ଖାଦ୍ୟ ଖାଇବା ଦ୍ୱାରା ତାହା ପେଟ ଏବଂ ହଜମ ପ୍ରକ୍ରିୟା ଉପରେ ଚାପ ପକାଇଥାଏ। ଏହାଫଳରେ ପେଟର କ୍ରାମ୍ପସ ବା ଯନ୍ତ୍ରଣା ଆହୁରି ବୃଦ୍ଧି ପାଇଥାଏ। ସେଥିପାଇଁ ପିରିୟଡ୍ସ ଚାଲିଥିବା ଦିନଗୁଡ଼ିକରେ ଅଧିକ ମସଲାଯୁକ୍ତ ଓ ତେଲଜାତୀୟ ଖାଦ୍ୟ ତଥା ଗରିଷ୍ଠ ଖାଦ୍ୟ ଖାଇବା ଅନୁଚିତ୍।

    କ୍ଷୀର ପିଇବାରୁ ବଞ୍ଚନ୍ତୁ

    କିଛି ମହିଳାଙ୍କ କ୍ଷେତ୍ରରେ ଦେଖାଯାଏ ଯେ, ପିରିୟଡ୍ସ ସମୟରେ କ୍ଷୀର ପିଇବା ଦ୍ୱାରା ଗ୍ୟାସ୍ ବା ପେଟ ଫୁଲିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ଯନ୍ତ୍ରଣା ଆହୁରି ବଢ଼ିଯାଏ। ଯଦିଓ ଏହା ସବୁ ମହିଳାଙ୍କ କ୍ଷେତ୍ରରେ ହେବା ଜରୁରୀ ନୁହେଁ, ତଥାପି ଯଦି ଆପଣଙ୍କର ପେଟ ସମସ୍ୟା ରହୁଛି, ତେବେ ଏହି ଦିନଗୁଡ଼ିକରେ କ୍ଷୀର ପିଇବାଠାରୁ ଦୂରେଇ ରହିବା ଭଲ।

     

     

    ଯନ୍ତ୍ରଣାରୁ ମୁକ୍ତି ପାଇଁ କଣ କରିବେ

    ଭୃସଙ୍ଗ ପତ୍ର: ଭୃସଙ୍ଗ ପତ୍ରରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ। ସେଥିପାଇଁ ପିରିୟଡ୍ସ ଦିନଗୁଡ଼ିକରେ ପ୍ରତିଦିନ ସକାଳେ ୫ଟି ସତେଜ ଭୃସଙ୍ଗ ପତ୍ର ଚୋବାଇ ଖାଇବାକୁ ପରାମର୍ଶ ଦିଆଯାଇଛି। ଏହା ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ଶରୀରକୁ ଜରୁରୀ ପୋଷକ ତତ୍ତ୍ୱ ଯୋଗାଇବାରେ ସାହାଯ୍ୟ କରେ।

    ହରିଡ଼ାର ବ୍ୟବହାର: ଆୟୁର୍ବେଦରେ ହରିଡ଼ାକୁ ହଜମ କ୍ରିୟା ଏବଂ ଶରୀରର ସନ୍ତୁଳନ ରକ୍ଷା ପାଇଁ ଅତ୍ୟନ୍ତ ଉପକାରୀ ମାନାଯାଏ। ପିରିୟଡ୍ସ ସମୟରେ ଏହାର ସେବନ ଯନ୍ତ୍ରଣାରୁ ଆଶ୍ୱସ୍ତି ଦେବାରେ ସହାୟକ ହୋଇଥାଏ।

    ପିରିୟଡ୍ସ ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

    • ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ ଏବଂ ଶରୀରକୁ ସମ୍ପୂର୍ଣ୍ଣ ଆରାମ ଦିଅନ୍ତୁ।
    • ଅଧିକ କଠିନ ପରିଶ୍ରମ ନକରି ହାଲୁକା ମର୍ଣ୍ଣିଂ ୱାକ୍ କିମ୍ବା ଷ୍ଟ୍ରେଚିଂ ୟୋଗା କରିପାରିବେ।
    • ନିଜ ଦୈନନ୍ଦିନ ଖାଦ୍ୟପେୟରେ ସବୁବେଳେ ପୁଷ୍ଟିକର ଏବଂ ସନ୍ତୁଳିତ ଆହାରକୁ ସାମାନ୍ୟ ଗୁରୁତ୍ୱ ଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ