Sunday, September 13, 2026
28.6 C
Odisha

    ଯଦି ବାରମ୍ବାର ପ୍ରବଳ ମାତ୍ରାରେ ହେଉଛି ହ୍ଵାଇଟ୍ ଡିସଚାର୍ଜ ତେବେ ସାବଧାନ, ଏହି ଗମ୍ଭୀର ରୋଗର ହୋଇପାରେ ଲକ୍ଷଣ

    ଆଗକୁ ପଢନ୍ତୁ

    ସାଧାରଣତଃ ଏହା ଏକ ପ୍ରାକୃତିକ ଓ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ସୁଦ୍ଧା, ଯଦି ଏହା ବାରମ୍ବାର ହୁଏ କିମ୍ବା ଏହା ସହିତ ଦୁର୍ଗନ୍ଧ, କୁଣ୍ଡେଇ ହେବା ଓ ଜଳାପୋଡ଼ା ଭଳି ସମସ୍ୟା ଦେଖାଯାଏ, ତେବେ ଏହା କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସଙ୍କେତ ହୋଇପାରେ। ତେଣୁ ଏହାକୁ ଅଣଦେଖା ନକରି ଏହାର କାରଣ ଏବଂ ଲକ୍ଷଣକୁ ବୁଝିବା ନିହାତି ଜରୁରୀ।

    ଏହି ସବୁ ଲକ୍ଷଣକୁ ଭୁଲରେ ବି କରନ୍ତୁ ନାହିଁ ଅଣଦେଖା

    ସାଧାରଣ ଧଳା ସ୍ରାବ ପ୍ରାୟତଃ କୌଣସି ଦୁର୍ଗନ୍ଧ ନଥାଇ ହାଲୁକା ଧଳା ରଙ୍ଗର ହୋଇଥାଏ। କିନ୍ତୁ ଯଦି ଏହି ଡିସଚାର୍ଜର ରଙ୍ଗ ହଳଦିଆ, ସବୁଜ କିମ୍ବା ପାଉଁଶିଆ ହେବାକୁ ଲାଗେ, ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରେ କିମ୍ବା ପ୍ରାଇଭେଟ୍ ପାର୍ଟରେ କୁଣ୍ଡେଇ ହେବା ଓ ଜଳାପୋଡ଼ା ଅନୁଭବ ହୁଏ, ତେବେ ଏହା ସଂକ୍ରମଣ ବା ଇନଫେକସନର ସଙ୍କେତ ଅଟେ।

    କେତେକ କ୍ଷେତ୍ରରେ ପରିସ୍ରା କରିବା ସମୟରେ ମଧ୍ୟ କଷ୍ଟ କିମ୍ବା ଜଳାପୋଡ଼ା ହୋଇପାରେ। ଡାକ୍ତରଙ୍କ ଅନୁଯାୟୀ, ଏଭଳି ଲକ୍ଷଣ ବ୍ୟାକ୍ଟେରିଆଲ୍ ଭେଜିନୋସିସ୍, ଇଷ୍ଟ ଇନଫେକସନ୍ କିମ୍ବା ପେଲଭିକ୍ ଇନଫ୍ଲାମେଟୋରୀ ଡିଜିଜ୍ ଭଳି ଗମ୍ଭୀର ସମସ୍ୟା ସହ ଜଡ଼ିତ ହୋଇପାରେ। ଏହି ସମସ୍ୟା ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

    ବାରମ୍ବାର ହ୍ୱାଇଟ୍ ଡିସଚାର୍ଜ ହେବାର ମୁଖ୍ୟ କାରଣ

    ବାରମ୍ବାର ଧଳା ସ୍ରାବ ହେବା ପଛରେ ଅନେକ କାରଣ ଥାଇପାରେ । ଯେପରିକି..

    • ଶରୀରରେ ହରମୋନର ଅସନ୍ତୁଳନ, ଅତ୍ୟଧିକ ଚିନ୍ତା ବା ଟେନସନ, ଏବଂ ଶାରୀରିକ ଥକ୍କାପଣ।
    • ପିରିୟଡ୍ସ, ଗର୍ଭାବସ୍ଥା କିମ୍ବା ହରମୋନାଲ ବଦଳ ସମୟରେ ଏହାର ପରିମାଣ ସ୍ୱାଭାବିକ ଭାବେ ବଢ଼ିଥାଏ।
    • ଅପରିଷ୍କାର ରହିବା, ଅଧିକ ଟାଇଟ୍ କିମ୍ବା ସିନ୍ଥେଟିକ୍ ପୋଷାକ ପିନ୍ଧିବା ଏବଂ ପ୍ରାଇଭେଟ୍ ହାଇଜିନ୍ ବା ସ୍ୱଚ୍ଛତା ପ୍ରତି ଧ୍ୟାନ ନଦେବା ଯୋଗୁଁ ବ୍ୟାକ୍ଟେରିଆ ବୃଦ୍ଧି ପାଇ ସଂକ୍ରମଣ ହୋଇଥାଏ।
    • ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଧଳା ସ୍ରାବ ସହିତ ପେଟ ବ୍ୟଥା କିମ୍ବା ଦୁର୍ଗନ୍ଧ ହେଉଛି, ତେବେ ଏହା କେବଳ ସାଧାରଣ ପରିବର୍ତ୍ତନ ନୁହେଁ, ବରଂ କୌଣସି ରୋଗର ଲକ୍ଷଣ ହୋଇପାରେ।

    ରୋଗରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

    ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ଦୈନନ୍ଦିନ ଜୀବନରେ କିଛି ସାଧାରଣ ସତର୍କତା ଅବଲମ୍ବନ କରାଯାଇପାରିବ । ଯେପରିକି..

    • ସବୁବେଳେ ସଫା ଏବଂ ସୂତା କପଡ଼ାର ଅଣ୍ଡରୱେର ବ୍ୟବହାର କରନ୍ତୁ ଓ ଏହାକୁ ନିୟମିତ ବଦଳାନ୍ତୁ।
    • ଅଧିକ କେମିକାଲ୍ ଯୁକ୍ତ ସାବୁନ କିମ୍ବା ବାସ୍ନାଯୁକ୍ତ ପ୍ରୋଡକ୍ଟ୍ସର ବ୍ୟବହାର ପ୍ରାଇଭେଟ୍ ପାର୍ଟରେ କରନ୍ତୁ ନାହିଁ।
    • ନିଜ ଖାଦ୍ୟରେ ଦହି, ଲହୁଣୀ, ଘୋଳଦହି ଏବଂ ଭିଟାମିନ୍-ସି ଯୁକ୍ତ ଫଳକୁ ସାମିଲ କରନ୍ତୁ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିବ।
    • ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ ଏବଂ ମାନସିକ ଚାପରୁ ଦୂରେଇ ରୁହନ୍ତୁ।

    ଯଦି ଘରୋଇ ଉପାୟ ଆପଣାଇବା ପରେ ମଧ୍ୟ ୫ ରୁ ୭ ଦିନ ପର୍ଯ୍ୟନ୍ତ ସମସ୍ୟାରେ କୌଣସି ସୁଧାର ନଆସେ, ତେବେ ବିଳମ୍ବ ନକରି ତୁରନ୍ତ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ। ସଠିକ୍ ସମୟରେ ଚିକିତ୍ସା ଦ୍ୱାରା ଆଗକୁ ହେବାକୁ ଥିବା ବଡ଼ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ମିଳିପାରିବ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    76 %
    1.1kmh
    71 %
    Sun
    28 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ