Sunday, February 15, 2026
21.8 C
Odisha

    ଏକମାତ୍ର ରୋଜଗାରିଆ ପୁଅର କଟା ଗଲା ଦୁଇ ହାତ, ସର୍ବସ୍ୱ ହରାଇ ଭାଙ୍ଗି ପଡିଛନ୍ତି ଅସହାୟ ଜାନକୀ

    ଆଗକୁ ପଢନ୍ତୁ

    ସୋର: ସୁନାର ସଂସାରରେ ଲାଗିଗଲା କାହା ନଜର । ଭାଙ୍ଗି ଗଲା ମା’ ପୁଅଙ୍କ ସ୍ବପ୍ନ । ପୁଅକୁ ନେଇ ଖୁସିରେ ଦିନ କାଟିବେ ବୋଲି ଭାବିଥିଲେ ଜାନକୀ । କିନ୍ତୁ ହଠାତ ମା’ ପୁଅଙ୍କ ଜୀବନରେ ଘୋଟିଗଲା କଳା ବାଦଲ । ସ୍ୱାମୀଙ୍କ ଅକାଳ ବିୟୋଗ ପରେ ଜାନକୀଙ୍କ ଏକମାତ୍ର ରୋଜଗାରିଆ ପୁଅ ଦୁଇ ହାତ ହରାଇଲା । ଏବେ ପୁଅର ଦୁଇ କୃତିମ ହାତ ଲଗାଇବା ପାଇଁ କାକୁତି ମୀନତି ହେଉଛି ମା’ ।

    ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ନରଣପୁର ଗାଁରେ । ଏହି ଗାଁର ସ୍ବର୍ଗତ ଦୟାନିଧି ଦାସ ଓ ଜାନକୀ ଦାସଙ୍କ ଏକମାତ୍ର ପୁତ୍ର ୨୬ ବର୍ଷିୟ ଜୟନ୍ତ କୁମାର ଦାସ । ଜୟନ୍ତ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ହଠାତ ବିଦ୍ୟୁତ ଆଘାତରେ ଦୁଇଟି ହାତ ସମ୍ପୂର୍ଣ୍ଣ ଜଳିଯାଇଥିଲା । ଚେନ୍ନାଇ ଡାକ୍ତରଖାନାରେ ଚିକିତ୍ସା ପରେ ଭଲ ନହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଜୟନ୍ତଙ୍କ ହାତ ଦୁଇଟି ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ଡାକ୍ତର ହାତ ଦୁଇଟିକୁ କାଟିବାକୁ ବାଧ୍ୟ ହୋଇଥିଲେ । ବିଦ୍ୟୁତ ଆଘାତ ଯୋଗୁଁ ଜୟନ୍ତଙ୍କ ହାତ ସହିତ ଗୋଡ଼ ମଧ୍ୟ ପୋଡ଼ି ଯାଇଥିଲା । ଏମ୍ସ ଡାକ୍ତରଖାନାରେ ୬ ମାସ ଚିକିତ୍ସା ପରେ ଗତ ୬ ଦିନ ହେବ ଘରକୁ ଫେରିଛନ୍ତି ଜୟନ୍ତ ।

    ସ୍ୱାମୀଙ୍କୁ ହରାଇବା ପରେ ବି ଜାନକୀ ଏକମାତ୍ର ପୁଅ ଜୟନ୍ତକୁ ନେଇ ବେଶ ହସ ଖୁସିରେ ଚଳୁଥିଲେ । ଜାନକୀ ଗାଁ ଅଙ୍ଗନାୱାଡିର ସହାୟିକା ଭାବେ କାର୍ଯ୍ୟ କରନ୍ତି । ପୁଅ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲା । ମା’ ପୁଅ ଉଭୟ ସବୁ ଦୁଃଖ ଭୁଲି ଖୁସିରେ ଚଳୁଥିଲେ । କିନ୍ତୁ ଏବେ ଅସହାୟ ଜାନକୀ ଦୁଃଖରେ ଭାଙ୍ଗିପଡି ବାହୁନି ବାହୁନି କାନ୍ଦୁଛନ୍ତି । ତାଙ୍କ ପାଇଁ ବଞ୍ଚିବା ଏବେ ଦୁର୍ବିସହ ହୋଇ ପଡିଛି । କୌଣସି ସରକାରୀ ବେସରକାରୀ ଅନୁଷ୍ଠାନ କିମ୍ୱା ସହୃଦୟ ବ୍ୟକ୍ତି ପୁଅର କୃତ୍ରିମ ହାତ ଲଗାଇବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମା’ ଜାନକୀ ଆକୁଳ ନିବେଦନ କରିଛନ୍ତି । ଏପଟେ ସରକାର ଏ ଅସହାୟ ଦିବ୍ୟାଙ୍ଗ ଯୁବକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ନିବେଦନ କରାଯାଇଛି । ଯଦି କେହି ସହାୟତା କରିବାକୁ ଚାହୁଁଛନ୍ତି ତାହେଲେ ଏହି ଆକାଉଣ୍ଟ ନମ୍ବରକୁ ଟଙ୍କା ପଠାଇ ପାରିବେ ।

    ଜୟନ୍ତ କୁମାର ଦାସ ଆକାଉଣ୍ଟ ନମ୍ବର- 33176442819

    IFC କୋଡ:SBIN0006418

    ବ୍ୟାଙ୍କ ନାମ:SBI

    ବ୍ରାଞ୍ଚ:ଫତେପୁର

    ଫୋନ ପେ ନମ୍ବର:7605957815

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    30 %
    2.1kmh
    2 %
    Sun
    21 °
    Mon
    33 °
    Tue
    33 °
    Wed
    34 °
    Thu
    36 °

    ସମ୍ବନ୍ଧିତ