Wednesday, March 25, 2026
37 C
Odisha

    ଏକାମ୍ର ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ବାସୀଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟିକୁ ନେଇ ପଦଯାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୨୮/୦୨:ଏକାମ୍ର ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ବାସୀଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟି ନାରାକୁ ନେଇ ବିଜେପିର ପଦଯାତ୍ରା ୱାର୍ଡ଼ ନଂ ୪୮ ର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା।ଏହି ପଦଯାତ୍ରା ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ବିଜେପି ସଭାପତି ବାବୁ ସିଂ ଏହି ପଦଯାତ୍ରା ରେ ଚାଲିଥିଲେ ଦଳୀୟ କର୍ମୀ ଙ୍କ ସହ ମିଶି।ପଦଯାତ୍ରାକୁ ମା ଭଉଣୀ ମାନେ ହୁଳ ହୁଳି ଦେଇ , ଘରୁ ପୁଷ୍ପ ବୃଷ୍ଟି କରି ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ କରିଥିଲେ ।
    ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ,ଓଡିଶାର ବିକାଶ ପାଇଁ ମୋଦି ଗ୍ୟାରେଂଟି ଏକମାତ୍ର ବିକଳ୍ପ । ଓଡିଶାବାସୀଙ୍କ ସମର୍ଥନ ବଳରେ ବିଜେପି ସମସ୍ତ ବାଧା ଦୂର କରିବାରେ ସଫଳ ହେବ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ।

    ଜନ ସମ୍ପର୍କ ପଦଯାତ୍ରା ରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ଓଡ଼ିଶାରେ ଚାଳିବ ମୋଦି ଗ୍ୟାରେଂଟି । ପୁଣି ଏଥର “ମୋଦି ସରକାର, ଓଡିଶାରେ ବିଜେପି ସରକାର” ଗଠନ ହେବ ।ଏକାମ୍ର ନିର୍ବାଚନ ମଣ୍ଡଳୀରେ ଚାଲିବ ମୋଦି ଗ୍ୟାରେଂଟି। ମୋଦି ଗ୍ୟାରେଂଟିର ସୁଲାଭରୁ ବଂଚିତ ଓଡିଶାବାସୀ । ବିଗତ ୧୦ବର୍ଷର ମୋଦି ଗ୍ୟାରେଂଟିର ସୁଲାଭ, ଓଡିଶାର ଶେଷ ପାହାଚରେ ଛିଡା ହୋଇଥିବା ବ୍ୟକ୍ତି ପାଖରେ ପହଁଚାଇବାର ଦାୟୀତ୍ୱ ହେଉଛି ବିଜେପି କାର୍ଯ୍ୟକର୍ତାଙ୍କର । ମୋଦି ଗ୍ୟାରେଂଟିର ବାଧକ ଏବଂ ବାଧା ସୃଷ୍ଟିକାରୀଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ ଓଡିଶାବାସୀ । ମୋଦି ଗ୍ୟାରେଂଟିର ବାଧକ ଏବଂ ବାଧା ସୃଷ୍ଟିକାରୀଙ୍କୁ ହଟାଇବାର ଦାୟୀତ୍ୱ ହେଉଛି ଓଡିଶାବାସୀଙ୍କର।ଆଜି ର ସମୟରେ ମୋଦିଜୀଙ୍କ ଗ୍ୟାରେଂଟିର ଅର୍ଥ “ଗ୍ୟାରେଂଟି ପୂରା ହେବାର ଗ୍ୟାରେଂଟି ବୋଲି ଶ୍ରୀ ସିଂ କହିଛନ୍ତି।

    ଆଜିର ଏହି ପଦଯାତ୍ରା ରେ ବିଜେପି ନେତା ଧିରେନ୍ ପାତ୍ର, ରାଜେନ୍ଦ୍ର ଦାସ,ରାମଚନ୍ଦ୍ର ରଣସିଂହ,ସୁରେନ୍ଦ୍ର ପ୍ରଧାନ,ତାପସ ଦଳାଇ, ସୁନିଲ ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ,ମନୋଜ ପଶ୍ଚିମକବାଟ ପ୍ରମୁଖ ଯୋଗୋଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ