Monday, October 12, 2026
24.4 C
Odisha

    ମହାକାଶରେ ମୁହାଁମୁହିଁ ହେଲେ ଆମେରିକା-ରୁଷିଆ ଉପଗ୍ରହ

    ଆଗକୁ ପଢନ୍ତୁ

    ୱାଶିଂଟନ: ଆମେରିକାର ମହାକାଶ ଏଜେନ୍ସି ନାସା ଏକ ଚେତାବନୀ ଜାରି କରିଥିଲା ଯେ, ବୁଧବାର ରାତିରେ ଆମେରିକା ଏବଂ ରୁଷିଆ ଉପଗ୍ରହ ମହାକାଶରେ ମୁହାଁମୁହିଁ ହେବେ। ଏନେଇ ନାସା ସହିତ ଆମେରିକା ସୁରକ୍ଷା ଏଜେନ୍ସି ପେଣ୍ଟାଗନ ହାଇ ଆଲର୍ଟରେ ଥିଲେ। ତେବେ ମଙ୍ଗଳବାର-ବୁଧବାର ରାତି ସାଢ଼େ ଗୋଟାଏ(ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା)ରେ ପୃଥିବୀ ପୃଷ୍ଠଠାରୁ ୬୦୦ କିଲୋମିଟର ଉପରେ ଦୁଇ ଉପଗ୍ରହ ଅତି ପାଖାପାଖି ପରସ୍ପରକୁ ଅତିକ୍ରମ କରିଛନ୍ତିି। ନାସାର ଥର୍ମୋସ୍ପିୟର ଆୟାନରସ୍ପିଅର ମେଜୋସ୍ପିୟର ଏନର୍ଜିଟିକ ଆଣ୍ଡ ଡାଇନାମିକ(ଟିଆଇଏମଇଡି) ମିଶନ ମହାକାଶ ଯାନ ଏବଂ ରୁଷିଆର କସମ‌ସ ୨୨୨୧ ଉପଗ୍ରହ ପରସ୍ପରର ମୁହାଁମୁହିଁ ହୋଇଥିଲେ ମଧ୍ୟ ବିପଜ୍ଜନକ ଭାବେ ଅତିକ୍ରମ କରିଥିବା ନାସା କହିଛି।

    ଟିଆଇଏମଇଡି ଉପଗ୍ରହକୁ ୨୦୦୧ ଡିସେମ୍ବର ୭ରେ ମହାକାଶକୁ ଛଡା ଯାଇଥିଲା। ଏହାର କାର୍ଯ୍ୟକାଳ ୨୦ ବର୍ଷ ଥିଲା। ସେହିପରି କସମସ ୨୨୨୧ ଉପଗ୍ରହକୁ ୧୯୯୨ରେ ମହାକାଶକୁ ପଠାଯାଇଥିଲା। ଉଭୟ ଉପଗ୍ରହ ଏବେ ଅକାମୀ ହୋଇ ମହାକାଶରେ ଘୁରି ବୁଲୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    78 %
    0.5kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ