Tuesday, February 25, 2025
28.6 C
Odisha

    ଏଣିକି ଫେଲ ପିଲା ବି ପଢିପାରିବେ ପାଠ

    ଆଗକୁ ପଢନ୍ତୁ

    ବୋର୍ଡ ପରୀକ୍ଷା ପାସ ନ କରିପାରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଫେଲ ହେଲେ ବି ସେମାନେ ବିଦ୍ୟାଳୟ ଯାଇ ପାଠ ପଢିପାରିବେ ଏବଂ ତାଙ୍କୁ ଆଡମିଶନ ଦିଆଯିବ । ଏଥିପାଇଁ ଖାସ ବ୍ୟବସ୍ଥା କରାଯିବ ଏବଂ ରେଗୁଲାର ଷ୍ଟୁଡେଣ୍ଟଙ୍କ ପରି କ୍ଲାସ ଆଟେଣ୍ଡ କରିବାକୁ ଅନୁମତି ମିଳିବ । ଏଥିରେ ଫେଲ ହେବା ପରେ ପାଠପଢା ଛାଡିଦେଉଥିବା ଛାତ୍ରଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ଶିକ୍ଷା ମନ୍ତ୍ରଣାଳୟ ଖୁବଶିଘ୍ର ଏନେଇ ନିୟମ ଆଣିବାକୁ ଯାଉଛି ଏବଂ ଏହି ନିୟମ ସମସ୍ତ ରାଜ୍ୟ ପାଇଁ ଲାଗୁ କରାଯିବ । ଏହା ଦ୍ୱାରା ଦଶମ ବା ଦ୍ୱାଦଶ ଫେଲ ହେବା ଛାତ୍ରଛାତ୍ରୀଙ୍କୁ ରେଗୁଲାର ଷ୍ଟୁଡେଣ୍ଟଙ୍କ ପରି ଆଡମିଶନ ମିଳିବ ଏବଂ ତାଙ୍କୁ ସାଧାରଣ ଛାତ୍ରଙ୍କ ପରି ସୁବିଧାମାନ ମଧ୍ୟ ମିଳିବ । ଏହି ବ୍ୟବସ୍ଥାର ସବୁଠାରୁ ଖାସ କଥା ହେଉଛି, ଯେତେବେଳେ ଏହି ଷ୍ଟୁଡେଣ୍ଟ ଆଗାମୀ ବର୍ଷ ପରୀକ୍ଷା ପାସ କରୁଛନ୍ତି ତେବେ ତାଙ୍କ ସାର୍ଟିଫିକେଟରେ ଲେଖାଯିବନାହିଁ ଯେ, ସେ ଦ୍ୱିତୀୟ ପ୍ରୟାସରେ ପାସ କରିପାରିବେ ବା ସେ ଏକ ବର୍ଷରେ ଫେଲ ହୋଇଯାଇଛନ୍ତି । ଏଥିରେ ଫେଲ ହେବା ପରେ ପାଠପଢା ଛାଡିଦେବା ଛାତ୍ରଙ୍କ ସଂଖ୍ୟାରେ ହ୍ରାସ ହେବାର ଆଶଙ୍କା ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    28 %
    1.1kmh
    0 %
    Tue
    33 °
    Wed
    34 °
    Thu
    35 °
    Fri
    38 °
    Sat
    39 °

    ସମ୍ବନ୍ଧିତ