Sunday, March 29, 2026
39.2 C
Odisha

    ଏପ୍ରିଲ ୧ରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ, ୯୦% ଯାଞ୍ଚ ଶେଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାରେ ଏପ୍ରିଲ ୧ରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ, ୯୦% ଯାଞ୍ଚ ଶେଷ । ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥଗୋପାଳନଙ୍କ ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୧, ୨୦୨୬ ରୁ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ । ଚଳିତ ୨୦୨୫ର ଭୋଟର ତାଲିକାକୁ ୨୦୦୨ର ପୁରୁଣା ତାଲିକା ସହିତ ମିଳାଯାଉଛି ।

    ଏପର୍ଯ୍ୟନ୍ତ ପ୍ରାୟ ୯୦% ଭୋଟରଙ୍କ ତଥ୍ୟ ନାଁ ଏବଂ ପିତାଙ୍କ ନାଁ ସଫଳତାର ସହ ଯାଞ୍ଚ ସରିଛି । ବାକି ୧୦% ତଥ୍ୟ ମିଳାଇବାରେ ସହରାଞ୍ଚଳରେ କିଛି ସମସ୍ୟା ଦେଖାଦେଇଛି । ଯଦି ୯୫% ଯାଞ୍ଚ ଶେଷ ହୁଏ, ତେବେ ସଂଶୋଧନ ପ୍ରକ୍ରିୟା ବହୁତ ସହଜ ହେବ । ଯେଉଁ ଭୋଟରଙ୍କ ନାମ ୨୦୨୫ ତାଲିକାରେ ଆଗରୁ ଅଛି, ସେମାନଙ୍କୁ ପୁଣିଥରେ ଆଧାର କାର୍ଡ ଦେବାକୁ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଭୋଟରମାନେ ECINET ମୋବାଇଲ୍ ଆପ୍ ମାଧ୍ୟମରେ କିମ୍ବା QR କୋଡ୍ ବ୍ୟବହାର କରି ନିଜର ତଥ୍ୟ ଯାଞ୍ଚ କରିପାରିବେ । ଅଧିକ ସୂଚନା ପାଇଁ ସରକାରୀ ୱେବସାଇଟ୍ ceoodisha.nic.in ଦେଖନ୍ତୁ କିମ୍ବା ହେଲ୍ପଲାଇନ୍ ନମ୍ବର ୧୯୫୦କୁ କଲ୍ କରନ୍ତୁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    13 %
    4.1kmh
    4 %
    Sun
    40 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ