Friday, April 3, 2026
39.1 C
Odisha

    ଏବେ ଛୋଟ ସହରରେ ହେବ ଆଇଟି ପାର୍କ: ଓଡ଼ିଶା ସୂଚନା ପ୍ରଯୁକ୍ତି ନୀତି -୨୦୨୫ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର    :    ରାଜ୍ୟରେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଇଟି ପଲିସି-୨୦୨୫ ଜାରି କରିଛନ୍ତି। ଏହା ଜରିଆରେ ଭୁବନେଶ୍ବର ସମେତ ରାଜ୍ୟର ପ୍ରମୁଖ ସହର ଗୁଡ଼ିକୁ ଆଇଟି ହବ୍‌ରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୨୨ ମସିହାରୁ ପ୍ରଚଳିତ ଆଇଟି ନୀତିରେ ସରକାର ବ୍ୟାପକ ପରିବର୍ତ୍ତନ କରିବା ସହିତ ନିବେଶକଙ୍କ ପାଇଁ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି। ଏହା ମାଧ୍ୟମରେ ଆଇଟି ପାର୍କ ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ୩୦ ପ୍ରତିଶତ ପୁଞ୍ଜି ରିଆତି ପ୍ରଦାନ କରାଯିବ।

    ସୂଚନା ଅନୁସାରେ ଓଡ଼ିଶା ଆଇଟି ନୀତି-୨୦୨୫ ଆଗାମୀ ୫ ବର୍ଷ ପାଇଁ ବଳବତ୍ତର ରହିବ। ଏବେ ମୁଖ୍ୟତଃ ଭୁବନେଶ୍ବରରେ ଆଇଟି କମ୍ପାନୀ କାର୍ଯ୍ୟାଳୟ ଖୋଲୁଥିବା ବେଳେ ରାଜ୍ୟର ଅନ୍ୟ ସହରରେ ପୁଞ୍ଜିନିବେଶ ହେବ। ଏଆଇ, ମେସିନ୍ ଲର୍ଣ୍ଣିଂ, ସାଇବର ସୁରକ୍ଷା, ରୋବୋଟିକ୍ସ, ବ୍ଲକ୍ ଚେନ୍ ଭଳି ଉଦୀୟମାନ ଆଇଟି କ୍ଷେତ୍ରରେ ମାନବସମ୍ବଳ ଅଭାବ ଦୂର ପାଇଁ ସରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେବ। ଡିଜିଟାଲ ଭିତ୍ତିଭୂମି ନିର୍ମାଣ ଉପରେ ସରକାର ଗୁରୁତ୍ବ ଦେବେ। ସେହିପରି ସାଇବର ସୁରକ୍ଷା, ଡାଟା ଆନାଲିଟିକ୍ସ, ମୋବାଇଲ୍ ଟେକ୍ନୋଲୋଜି/୫ଜି, କ୍ଲାଉଡ୍ କମ୍ପ୍ୟୁଟିଂ, ଭର୍ଚୁଆଲ ରିଏଲିଟି, ଡିପ୍ ଲର୍ଣ୍ଣିଙ୍ଗ କ୍ଷେତ୍ରରେ ଗବେଷଣା ଓ ବିକାଶ ତଥା ନବସୃଜନ ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯିବ। ବଡ଼ କଥା ହେଉଛି ମହିଳା, ଦିବ୍ୟାଙ୍ଗ, ଏସ୍‌ଟି ଏସ୍‌ସିଙ୍କୁ ଆଇଟି କ୍ଷେତ୍ରରେ ନିଯୁକ୍ତି ପାଇଁ ଅଗ୍ରାଧିକାର ପ୍ରଦାନ ନେଇ ନୂଆ ନୀତିରେ ବିଶେଷ ପ୍ରାବଧାନ ରହିଛି। ଇ-ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇ ଜନସାଧାରଣଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ପ୍ରଦାନ କରାଯିବା ସହିତ ପାରଦର୍ଶିତା, ଦକ୍ଷତା ଅଧିକ ସୁନିଶ୍ଚିତ ହେବ। ଆଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଉଚ୍ଚ ଦକ୍ଷତାସମ୍ପନ୍ନ ମାନବସମ୍ବଳ ସୃଷ୍ଟି ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଗୋଟିଏ ଛାତ ତଳେ ନିବେଶକଙ୍କୁ ସବୁ ପ୍ରକାର ସରକାରୀ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ। ୫୦ କୋଟି ଟଙ୍କାରୁ ହଜାରେ କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜିନିବେଶ ପାଇଁ ତିନିଟି ବର୍ଗରେ ସିଙ୍ଗଲ ୱିଣ୍ଡୋ ଅନୁମୋଦନ ବ୍ୟବସ୍ଥା ଉପଲବ୍ଧ ହେବ। ଯେଉଁ ଆଇଟି କମ୍ପାନୀ ୨୦୨୨ ନୀତି ଅନୁସାରେ ପ୍ରତିଷ୍ଠା ଲାଭ କରିଛନ୍ତି କିନ୍ତୁ କୌଣସି ସରକାରୀ ପ୍ରୋତ୍ସାହନ ପାଇ ନାହାନ୍ତି ସେମାନଙ୍କୁ ନୂଆ ନୀତିରେ ଆର୍ଥିକ ପ୍ରୋତ୍ସାହନ ମିଳିବ। ସେହିପରି ନୂଆ ଆଇଟି କମ୍ପାନୀଗୁଡ଼ିକୁ ମୂଳ ନିବେଶ ଉପରେ ୩୦% ଏବଂ କଟକ/ଭୁବନେଶ୍ବର ପାଇଁ ଅତିରିକ୍ତ ୧୦% ରିଆତି ପ୍ରଦାନ କରାଯିବ। ଆନିମେସନ୍, ଭିଜୁଆଲ ଇଫେକ୍ଟ, ଗେମିଂ ଆଣ୍ଡ କମିକ ସେକ୍ଟର (ଏଭିଜିସି) ୟୁନିଟ୍‌କୁ ସରକାର ୪୦% ରିଆତି ପ୍ରଦାନ କରିବେ। ଆଇଟି ଟାୱାର ପ୍ରତିଷ୍ଠା କଲେ ୩୦% ପ୍ରୋତ୍ସାହନ ମିଳିବ। ସେହିପରି କାର୍ଯ୍ୟକ୍ଷମ ହେବାଠାରୁ ୫ ବର୍ଷ ଯାଏ ଆଇଟି କମ୍ପାନୀରୁ ବିଜୁଳି ଦେୟ ସଂଗ୍ରହ କରାଯିବ ନାହିଁ ଏବଂ ରାଜ୍ୟ ଜିଏସ୍‌ଟି ଶତ ପ୍ରତିଶତ ଛାଡ଼ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ