Wednesday, July 22, 2026
24.6 C
Odisha

    ଏମଭି କନଷ୍ଟେବଳଙ୍କ ଜୀବନ ହାରିବା ଉଦ୍ୟମ ଘଟଣା, ତାଙ୍କ ପତ୍ନୀ ସନ୍ଧ୍ୟା ଓ ଶାଳକ ହିଁ ପୋଡ଼ିଥିବା ଦେଲେ ବୟାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଏମଭି କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ ଜୀବନ ହାରିବା ଉଦ୍ୟମ ଘଟଣାରେ ବୟାନ ରେକର୍ଡ କଲା ପୋଲିସ । ଭୁବନେଶ୍ବର ଏମ୍ସରେ ଇ-ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରିଛି ବ୍ରହ୍ମପୁର ପୋଲିସ । ଘଟଣାବଳୀର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ଆଶୁତୋଷ । ତାଙ୍କ ପତ୍ନୀ ଓ ପତ୍ନୀଙ୍କ ଭାଇ ହିଁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ବୟାନ ଦେଇଛନ୍ତି । ବର୍ତ୍ତମାନ ଆଶୁତୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି ।

    ତେବେ ଗତ ୫ ତାରିଖ ସନ୍ଧ୍ୟାରେ ବିଜିପୁର ପୋଲିସ କଲୋନୀରେ ଥିବା ସନ୍ଧ୍ୟାଙ୍କ କ୍ୱାର୍ଟରକୁ ଯାଇଥିଲେ ଆଶୁତୋଷ । କ୍ୱାର୍ଟର୍ସରେ ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟା ଓ ତାଙ୍କ ଭାଇ ହଠାତ ଆଶୁତୋଷଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ନିଜକୁ ବଞ୍ଚାଇବାକୁ ଯାଇ ଆଶୁତୋଷ ନିକଟରେ ଥିବା ଅନ୍ୟ ଏକ କ୍ବାର୍ଟର୍ସରେ ପଶିଥିଲେ । ସ୍ଥାନୀୟ ଲୋକ ତାଙ୍କ ଶରୀରରେ ପାଣି ଢାଳି ତାଙ୍କୁ ସୁରକ୍ଷା ଦେଇଥିଲେ । ଆଶୁତୋଷଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ଜଳି ଯାଇଥିବା ଜଣାପଡ଼ଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    88 %
    3.3kmh
    100 %
    Wed
    24 °
    Thu
    27 °
    Fri
    27 °
    Sat
    29 °
    Sun
    31 °

    ସମ୍ବନ୍ଧିତ