Wednesday, October 14, 2026
26.2 C
Odisha

    ଏମ୍ସରେ ଭର୍ତ୍ତି ଅଣ୍ଡରୱାର୍ଲ୍ଡ ଡନ୍; ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କଲା ପୁଲିସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଏବଂ ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛୋଟା ରାଜନ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛି।୨୦୧୫ ଅକ୍ଟୋବର ୨୫ ତାରିଖରେ ଇଣ୍ଡୋନେସିଆରୁ ଗିରଫ ହେବା ପରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ଭାରତ ଅଣାଯାଇଥିଲା। ସେ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛି।
    ଗତ ବର୍ଷ ମଇ ମାସରେ ଏକ ସ୍ୱତନ୍ତ୍ର କୋର୍ଟ ଛୋଟା ରାଜନକୁ ଜଣେ ହୋଟେଲ ମାଲିକଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତଥାପି, ବମ୍ବେ ହାଇକୋର୍ଟ ଛୋଟା ରାଜନଙ୍କୁ ଦିଆଯାଇଥିବା ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖି ଜାମିନ ପ୍ରଦାନ କରିଥିଲେ।ସମ୍ପ୍ରତି ରାଜନ ଅନ୍ୟ ଅନେକ ଅପରାଧିକ ମାମଲାରେ ଜଡିତ ଥିବାରୁ ଜେଲରେ ଅଛି। ଏହା ବ୍ୟତୀତ ପ୍ରାୟ ୨୮ ବର୍ଷ ପୁରୁଣା ଜଣେ ବ୍ୟବସାୟୀଙ୍କ ହତ୍ୟା କରିଥିବା ମାମଲାରେ ପ୍ରମାଣ ଅଭାବରୁ ଛୋଟା ରାଜନକୁ ମଧ୍ୟ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ