Thursday, September 19, 2024
23 C
Odisha

    ଏହି ସବୁ ଉପହାର ଦେଲେ ବଢ଼ିବ ଆପଣଙ୍କ ଧନ

    ଆଗକୁ ପଢନ୍ତୁ

    କୌଣସି ବିଶେଷ ଉତ୍ସବରେ କାହାକୁ ଉପହାର ଦେଲେ ବା କାହାଠୁ ଉପହାର ପାଇଲେ ଭାରି ଖୁସି ଲାଗେ । ଯଦି କୌଣସି ଖାସ ଉତ୍ସବରେ କାହାକୁ କିଛି ଉପହାର ଭାବେ ଦିଆଯାଏ ଏହାକୁ ଖୁବ ଶୁଭ ମଧ୍ୟ ଧରାଯାଏ । କୁହାଯାଏ କି ଏହାଦ୍ୱାରା ମଣିଷର ଖରାପ ସମୟ ମଧ୍ୟ କଟିବା ସହ ଭଲ ସମୟ ଆରମ୍ଭ ହୋଇଥାଏ । କିନ୍ତୁ ଉପହାର ସ୍ୱରୂପ କଣ କଣ ଦେବେ ତା ବିଷୟରେ କିଛି କିଛି ଜ୍ଞାନ ରହିବା ନିହାତି ଜରୁରୀ ।

    ମାଟି ତିଆରି ହୋଇଥିବା ଜିନିଷ:
    ବାସ୍ତୁଶାସ୍ତ୍ର ଅନୁଯାୟୀ ମାଟିରେ ତିଆରି ହୋଇଥିବା କୌଣସି ଶୋ ପିସ ଗିଫ୍ଟ ଦେବା ବା ପାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ବିଶ୍ୱାସ କରାଯାଏ କି ଏହା ଦ୍ୱାରା କୌଣସି ଠାରେ ଅଟକି ଥିବା ଧନ ଶୀଘ୍ର ମିଳିଥାଏ । ଏହା ସହ ଧନ ମଧ୍ୟ ବଢିଥାଏ ।

    ଦୋମୁଁହା ଗଣେଶ:
    ଦୋମୁଁହା ଗଣେଶଙ୍କ ମୂର୍ତ୍ତି ବା ଦୋମୁଁହା ଗଣେଶଙ୍କ ଚିତ୍ର ଥିବା ଫଟୋ ଉପହାର ଦେବା ବହୁତ ଶୁଭ ହୋଇଥାଏ ।

    ହାତୀ:
    କୌଣସି ଶୁଭ ଅବସରରେ ହାତୀ ବା ଯୋଡ଼ା ହାତୀ ଉପହାର ଦେବା ବହୁତ ଶୁଭକର ହୋଇଥାଏ । ସୁନା, ରୂପା, ପିତ୍ତଳ ବା ତମ୍ବା ନିର୍ମିତ ମୂର୍ତ୍ତି ଦେବା ବା ନେବା ଉଭୟ ପଟ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।

    ପୋଷାକ:
    ନିଜ ପ୍ରିୟଜନଙ୍କୁ ପୋଷାକ ଉପହାର ଦେବା ମଧ୍ୟ ଖୁବ ଭଲ ହୋଇଥାଏ । ଏହାଦ୍ୱାରା ମଧ୍ୟ ଦୁର୍ଭାଗ୍ୟ ସମୟ ସରି ଶୁଭଫଳ ପ୍ରାପ୍ତି ହେଉଥିବା ବିଶ୍ୱାସ କରାଯାଏ । ବିଶେଷ ଭାବେ ସୁତା ତିଆରି ପୋଷାକ ଅଧିକ ଲଭଦାୟୀ ହୋଇଥାଏ ।

    ରୂପା କଏନ :
    ଶାସ୍ତ୍ର ଅନୁଯାୟୀ ରୂପାରେ ତିଆରି କୌଣସି ଜିନିଷ ଦେବା ମଙ୍ଗଳ ଦାୟକ ହେଉଥିବା ଧରାଯାଏ । କିନ୍ତୁ ସୁନା ଦେବାକୁ ବାରଣ କରାଯାଇଛି । ରୂପା କଏନ ବା ବସ୍ତୁ ଦେବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରଶ୍ନ ହେଉଥିବାର ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ଅଛି ।

    ସାତଟି ଘୋଡା:
    ଫେଙ୍ଗସୁଈ ଅନୁଯାୟୀ ସାତଟି ଘୋଡା ଥିବା ଫଟୋ ଦେବାକୁ ଅତ୍ୟନ୍ତ ଶୁଭ ମନେ କରାଯାଇଥାଏ । ଏହା ସାହାଯ୍ୟରେ ଆୟ ବଢ଼ୁଥିବାର ମଧ୍ୟ ବିଶ୍ୱାସ କରାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ