Sunday, October 4, 2026
30.6 C
Odisha

    ଏହି ସମୟରେ ଯାଆନ୍ତୁ ମନ୍ଦିର! ମିଳିବ ସକାରାତ୍ମକ ଶକ୍ତି

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ମନ୍ଦିରକୁ ଯିବା କେବଳ ଏକ ଧାର୍ମିକ କାର୍ଯ୍ୟ ନୁହେଁ, ବରଂ ସକାରାତ୍ମକ ଶକ୍ତି ପ୍ରାପ୍ତ କରିବା। ମନକୁ ଶାନ୍ତ ରଖିବାର ଏକ ଦିବ୍ୟ ମାଧ୍ୟମ ବୋଲି ବିବେଚନା କରାଯାଏ। କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଉଠେ, ମନ୍ଦିର ଯିବାର ସବୁଠାରୁ ଉତ୍ତମ ସମୟ ସକାଳ କି ସନ୍ଧ୍ୟା?

    ଶାସ୍ତ୍ର ଓ ପୁରାଣରେ ଦେବଦର୍ଶନ ଏବଂ ପୂଜା ପାଇଁ ସମୟର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ପଣ୍ଡିତ ଶୈଳେନ୍ଦ୍ର ପାଣ୍ଡେଙ୍କ ମତାନୁସାରେ, ଶାସ୍ତ୍ର ଅନୁଯାୟୀ ମନ୍ଦିର ଯିବାର ସଠିକ ସମୟ ଏବଂ ତାହାର ଫଳ ନିମ୍ନପ୍ରକାର।

    ସକାଳେ ମନ୍ଦିର ଯିବା: ବ୍ରହ୍ମ ମୁହୂର୍ତ୍ତ ଓ ପ୍ରାତଃକାଳ। ଶାସ୍ତ୍ର ଅନୁସାରେ ସକାଳ ସମୟକୁ ମନ୍ଦିର ଯିବା ପାଇଁ ସର୍ବୋତ୍ତମ ମନାଯାଇଛି। ଉତ୍ତମ ସମୟ: ସକାଳ ୪ଟାରୁ ସୂର୍ଯ୍ୟଦୋୟ ପର୍ଯ୍ୟନ୍ତ ।

    ସକାରାତ୍ମକ ଶକ୍ତିର ପ୍ରବାହ: ପ୍ରାତଃକାଳରେ ପରିବେଶ ପବିତ୍ର, ଶାନ୍ତ ଏବଂ ସାତ୍ତ୍ୱିକ ଶକ୍ତିରେ ପରିପୂର୍ଣ୍ଣ ଥାଏ। ମନ୍ଦିରର ଘଣ୍ଟି, ଶଙ୍ଖଧ୍ୱନି ଓ ମନ୍ତ୍ରୋଚ୍ଚାରଣ ମନ ଏବଂ ମସ୍ତିଷ୍କକୁ ସକାରାତ୍ମକତାରେ ଭରିଦିଏ।

    ଦିନର ଶୁଭ ଆରମ୍ଭ: ସକାଳେ ଭଗବାନଙ୍କ ଦର୍ଶନ ଓ ଆଶୀର୍ବାଦରେ ଦିନ ଆରମ୍ଭ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳେ। ମନରେ ଉତ୍ସାହ ରହିଥାଏ।

    କମ ଭିଡ଼: ଏହି ସମୟରେ ମନ୍ଦିରରେ ଭିଡ଼ କମ୍ ଥାଏ। ଯାହା ଫଳରେ ଏକାଗ୍ର ଚିତ୍ତରେ ଭଗବାନଙ୍କ ଧ୍ୟାନ କରିବା ସହଜ ହୁଏ।
    ସନ୍ଧ୍ୟାରେ ମନ୍ଦିର ଯିବା: ଯଦି ବ୍ୟସ୍ତତା କାରଣରୁ ସକାଳେ ମନ୍ଦିର ଯାଇପାରୁନାହାନ୍ତି। ତେବେ ସନ୍ଧ୍ୟା ସମୟ ମଧ୍ୟ ଅତ୍ୟନ୍ତ ଶୁଭ ମନାଯାଏ।

    ଉତ୍ତମ ସମୟ: ସୂର୍ଯ୍ୟାସ୍ତର ୪୫ ମିନିଟ୍ ପୂର୍ବରୁ ଆରମ୍ଭ କରି ସୂର୍ଯ୍ୟାସ୍ତର ୪୫ ମିନିଟ୍ ପର୍ଯ୍ୟନ୍ତ । ଦିନସାରା କାମର ବ୍ୟସ୍ତତା ଓ ମାନସିକ ଚାପ ପରେ ସନ୍ଧ୍ୟା ଆରତି ସମୟରେ ମନ୍ଦିରକୁ ଯିବା ଦ୍ୱାରା ମନକୁ ଅପାର ଶାନ୍ତି ମିଳେ।

    ସନ୍ଧ୍ୟା ଆରତିର ପୁଣ୍ୟ: ସନ୍ଧ୍ୟା ଆରତିରେ ସାମିଲ ହେବା ଓ ଦୀପର ଜ୍ୟୋତି ଦର୍ଶନ କରିବା ଦ୍ୱାରା ଘରର ଦାରିଦ୍ର‌୍ୟ ଦୂର ହୁଏ। ସୁଖ-ସମୃଦ୍ଧି ବୃଦ୍ଧି ପାଏ ବୋଲି ବିଶ୍ୱାସ ରହିଛି।

     

    କେଉଁ ସମୟରେ ମନ୍ଦିର ଯିବା ଉଚିତ ନୁହେଁ? : ଶାସ୍ତ୍ର ଅନୁସାରେ କେତେକ ସମୟରେ ମନ୍ଦିରକୁ ଯିବା କିମ୍ବା ଭଗବାନଙ୍କ ପ୍ରତିମାକୁ ସ୍ପର୍ଶ କରିବା ବର୍ଜିତ ମନା ଯାଇଛି।

    ଦ୍ୱିପ୍ରହର (ମଧ୍ୟାହ୍ନ): ଏହି ସମୟକୁ ଭଗବାନଙ୍କ ବିଶ୍ରାମ ସମୟ ବୋଲି ମନାଯାଏ। ଅନେକ ପ୍ରମୁଖ ମନ୍ଦିରରେ ଏହି ସମୟରେ କପାଟ ବନ୍ଦ ରହେ।

    ରାତ୍ରି ସମୟ: ଶୟନ ଆରତି ପରେ ଭଗବାନଙ୍କୁ ବିଶ୍ରାମ ଦିଆଯାଏ। ତେଣୁ ରାତିରେ ମନ୍ଦିରକୁ ଯିବା କିମ୍ବା ଘଣ୍ଟି ବଜାଇବା ଅନୁଚିତ ବୋଲି ମନାଯାଏ।

    ଗ୍ରହଣ ଓ ସୂତକ କାଳ:  ସୂର୍ଯ୍ୟ ଗ୍ରହଣ, ଚନ୍ଦ୍ରଗ୍ରହଣ ଏବଂ ସୂତକ ସମୟରେ ମନ୍ଦିରର କପାଟ ବନ୍ଦ ରହେ।

    ଶାସ୍ତ୍ର ଅନୁଯାୟୀ ନିୟମ ଓ ସାବଧାନତା

    ପ୍ରତିମା ସ୍ପର୍ଶର ନିୟମ: ସକାଳେ ସ୍ନାନ କରିବା ପରେ ହିଁ ଭଗବାନଙ୍କ ପ୍ରତିମାକୁ ସ୍ପର୍ଶ କରନ୍ତୁ। ସନ୍ଧ୍ୟାରେ ସ୍ନାନ ନକରିଥିଲେ ହାତ, ପାଦ ଓ ମୁହଁ ଭଲଭାବେ ଧୋଇ ମନ୍ଦିରକୁ ପ୍ରବେଶ କରନ୍ତୁ। ପ୍ରତିମାକୁ ସ୍ପର୍ଶ ନକରି କେବଳ ଦର୍ଶନ କରନ୍ତୁ।

    ପରିକ୍ରମାର ନିୟମ: ସନ୍ଧ୍ୟାବେଳେ ମନ୍ଦିର ପରିକ୍ରମା କରିବା ଶୁଭ ମନାଯାଏ। ତେବେ ସୂର୍ଯ୍ୟାସ୍ତ ପରେ ଶିବଲିଙ୍ଗ ପରିକ୍ରମା କିମ୍ବା ତୁଳସୀ ପୂଜା ସମୟରେ ଦୀପ ପ୍ରଜ୍ୱଳନ ସମ୍ବନ୍ଧୀୟ ନିୟମ ପାଳନ କରିବା ଉଚିତ।

    ଘଣ୍ଟି ବଜାଇବାର ନିୟମ: ଦ୍ୱିପ୍ରହର କିମ୍ବା ରାତିରେ ଯେତେବେଳେ ମନ୍ଦିର ବନ୍ଦ ଥାଏ, ସେତେବେଳେ କେବେ ମଧ୍ୟ ଘଣ୍ଟି ବଜାଇବା ଉଚିତ ନୁହେଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ