Saturday, August 22, 2026
25.5 C
Odisha

    ପେରୁରେ ଭୟଙ୍କର ପ୍ଲେନ କ୍ରାସ୍, ୧୩ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀଶନିବାର ଦିନ ପେରୁରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଫଳରେ ବିଶ୍ୱ ପ୍ରସିଦ୍ଧ ନାଜକା ଲାଇନ୍ସକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ କ୍ଷେତରେ ଖସିପଡ଼ିଛି । ଭୂମିରେ ପଡ଼ିବା ମାତ୍ରେ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ନିଆଁ ଲାଗି ଯାଇଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ କାହାକୁ ରକ୍ଷା କରାଯାଇ ପାରିନଥିଲା । ଫଳରେ ଏହି ପ୍ଲେନରେ ଥିବା ସମସ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଦୁର୍ଘଟଣାକୁ ସ୍ପଷ୍ଟ କରିଛନ୍ତି ।

    ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ନିକଟସ୍ଥ ଇକା ସହରରୁ ଉଡ଼ାଣ କରିଥିଲା। ଏହି ବିମାନଟି ପେରୁର ଏକ ଘରୋଇ ବିମାନ ଚଳାଚଳ କମ୍ପାନୀ ଏରୋଡିଆନା ଦ୍ୱାରା ପରିଚାଳିତ ହେଉଥିଲା । ପେରୁର ନାଜକାରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୧ ଜଣ ବିଦେଶୀ ପର୍ଯ୍ୟଟକ ଏବଂ ଦୁଇ ଜଣ କ୍ରୀୟୁ ମେମ୍ବର ଥିଲେ । ମୃତ୍ୟୁବରଣ କରିଥିବା ୧୧ ଜଣ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ୭ ଜଣ ଇଟାଲୀ ନାଗରିକ୨ ଜଣ ଜର୍ମାନୀ ନାଗରିକ ଓ ୨ ଜଣ ସ୍ପେନ୍ ନାଗରିକ ଥିଲେ ।

    ଅନ୍ୟପଟେ ଦୁର୍ଘଟଣାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ପେରୁର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିମାନ ଦୁର୍ଘଟଣାର ପରିସ୍ଥିତି ନିର୍ଣ୍ଣୟ କରିବା ପାଇଁ ଏକ ସ୍ୱତନ୍ତ୍ର ଦଳକୁ ଘଟଣାସ୍ଥଳରେ ମୁତୟନ କରାଯାଇଛି । ଏବେ ପେରୁ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି । ହେଲେ ଏରୋଡିଆନା ପକ୍ଷରୁ ତୁରନ୍ତ କୌଣସି ସରକାରୀ ମନ୍ତବ୍ୟ ଦିଆଯାଇ ନାହିଁ । ସ୍ଥାନୀୟ ପ୍ରଶାସନ ମୃତଦେହଗୁଡ଼ିକୁ ଚିହ୍ନଟ କରିବା ଏବଂ ପରିବାର ସହିତ ଯୋଗାଯୋଗ କରିବା ପାଇଁ କାର୍ଯ୍ୟ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.5 ° C
    25.5 °
    25.5 °
    93 %
    1.5kmh
    100 %
    Sat
    25 °
    Sun
    28 °
    Mon
    28 °
    Tue
    28 °
    Wed
    29 °

    ସମ୍ବନ୍ଧିତ