Saturday, October 10, 2026
24.5 C
Odisha

    ଏ ସପ୍ତାହର ପ୍ରମୁଖ ଅପରାଧ: ହତ୍ୟା ପଛରେ ରହସ୍ୟ କଣ

    ଆଗକୁ ପଢନ୍ତୁ

    ଏ ସପ୍ତାହର ପ୍ରମୁଖ ଅପରାଧ

    ୧- ନାବାଳିକା ଦୁଷ୍କର୍ମ- ହତ୍ୟା ମାମଲାରରେ ଧରମ ମାମୁଁକୁ ଆଜୀବନ
    ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ – ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ବାଲେଶ୍ଵର ସ୍ଵତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ରଞ୍ଜନ କୁମାର ସୂତାର ଏହି ମାମଲାର ବିଚାର କରି ସମ୍ପର୍କୀୟ ମାମୁଁ ରବି ସିଂକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଓ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ନାବାଳିକାକୁ ବୁଲେଇ ନେବା ବାହାନାରେ ବଜାରକୁ ନେଇ ରବି ଦୁଷ୍କର୍ମ ଏବଂ ହତ୍ୟା କରିଥିଲା।
    *୨- ପତ୍ନୀ ଓ ଦୁଇ ଛୁଆଙ୍କୁ ପୋଡ଼ି ମାରିବା ଘଟଣାରେ ସ୍ୱାମୀଙ୍କୁ ଆଜୀବନ*
    ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଦୌରଜଜ୍ ସତ୍ୟ ନାରାୟଣ ପାତ୍ର ମଙ୍ଗଳବାର ଏକ ଟ୍ରିପଲ୍ – ମର୍ଡର ମାମଲର ବିଚାର କରି ଅଭିଯୁକ୍ତ ଝାରପୋଖରିଆ ଥାନା ଅଧୀନ ଉଁଚଗାଁ ଗ୍ରାମ ଢିପ ସାହିର ମଙ୍ଗଳ ମାର୍ଣ୍ଡିକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଓ ୫୨ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ୨୦୨୨ ମସିହାରେ ପତ୍ନୀ ଓ ଦୁଇ ଛୁଆଙ୍କୁ ପୋଡ଼ି ମାରିବା ଘଟଣାରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
    *୩- ଜଙ୍ଗଲ ରାସ୍ତାରେ ମହିଳାଙ୍କୁ ହତ୍ୟା*
    କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଧୀନ ଘଟିଥିବା ସାବି ଖରା ହତ୍ୟା ଘଟଣାରେ ନନ୍ଦପୁର ପୁଲିସ ସ୍ବାମୀ ସହ ତାର ୨ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପତ୍ନୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଜଙ୍ଗଲ ରାସ୍ତାରେ ହତ୍ୟା କରିଥିଲେ । ମହେନ୍ଦ୍ର ଖରା ଏବଂ ଦୁଇ ସହଯୋଗୀ ସୋମନାଥ ଓ ମହେଶକୁ ପୁଲିସ କୋର୍ଟ ଚାଲାଣ କରିଛି।
    *୪- ଏକ ତରଫା ପ୍ରେମରୁ ହତ୍ୟା*
    ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଯୁଲୁମବାହାଲ ପଞ୍ଚାୟତର ପୂର୍ଣ୍ଣ। ଗ୍ରାମରେ ଜଣେ ଅଙ୍ଗନବାଡି କର୍ମୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରି ଅଭିଯୁକ୍ତ ଫେରାର ହୋଇଯାଇଛି। ମୃତକ ହେଲେ ଦିବ୍ୟାଭାରତୀ ଅଢା। ସେହି ଗ୍ରାମର ଶରତ କଉଡ଼ି ଏକ ତରଫା ପ୍ରେମକୁ ନେଇ ତାଙ୍କୁ ହତ୍ୟା କରି ଫେରାର ହୋଇଥିବା ଅଭିଯୋଗ ହୋଇଛି।
    *୫- ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଦୋଷୀଙ୍କୁ ଆଜୀବନ*
    ୨୦୧୩ ମସିହାରେ ସଂଘଟିତ ଦୁର୍ଦ୍ଦାନ୍ତ ଅପରାଧୀ ଶାନ୍ତି ମିଶ୍ର ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ମାମଲାକୁ ବିଚାର କରି ଗଞ୍ଜାମ ଜିଲ୍ଲା ଦୌରଜଜ୍ ରୂପଶ୍ରୀ ଚୌଧୁରୀ ୧୧ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
    *୬- ୯ ହତ୍ୟାକାରୀଙ୍କୁ ଆଜୀବନ*
    କଟକ ଜିଲ୍ଲା ବାଙ୍କୀ ଘୋଳପୁର ଛକରେ ୨୦୨୦ ମସିହାରେ ଘଟିଥିବା ଗୋବିନ୍ଦ ବେହେରା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ୯ ଜଣ ଅଭିଯୁକ୍ତଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। କଟକ ଅତିରିକ୍ତ ଜିଲ୍ଲା ଦୌରଜଜ୍ ସୁଶୀଲ କୁମାର ରାଉତ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି।
    *୭- ମାଆକୁ ପିଟିପିଟି ହତ୍ୟା*
    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅଧୀନ ମହିଯୋର ଗାଁରେ ମାକୁ ଲୁହା ପଟ୍ଟାରେ ପିଟି ପିଟି ହତ୍ୟା କରିଛି ପୁଅ। ମୃତ ମହିଳା ହେଲେ ଉର୍କୁଲି ଲୁହର। ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ପୁଅ ବନମାଳୀ ଲୁହାରକୁ ଗିରଫ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ