Saturday, October 10, 2026
22.4 C
Odisha

    ଲେଖାଶ୍ରୀଙ୍କ ରତ୍ନଭଣ୍ଡାର କାଉଣ୍ଟର : କହିଲେ, ଏହା ବିଜେପିର ରାଜନୈତିକ ମୁଦ୍ଦା

    ଆଗକୁ ପଢନ୍ତୁ

    ନିର୍ବାଚନ ଆସିଲେ କିମ୍ବା ସୁନିଶ୍ଚିତ ପରାଜୟ ବୋଲି ଜାଣିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ବିଜେପି ନେତାଙ୍କର ପୁରୁଣା ଅଭ୍ୟାସ। କିଛି ରାଜନୈତିକ ଫାଇଦା ମିଳିବା ଆଶାରେ ମିଛ କଥା କହି ପାଇଁ ବିଜେପିରେ ବାଧ୍ୟ କରାଯାଏ। ଦୁର୍ଭାଗ୍ୟର କଥା ଆଜି ଖୋଦ୍‌ ପ୍ରଧାନମନ୍ତ୍ରୀ ମଧ୍ୟ ଅନୁରୂପ ଭାବେ ସମାନ ଉଦାହରଣ ରଖିଛନ୍ତି। ପ୍ରକୃତ କଥା ହେଲା ବିଜେପି ଚାହେଁ ନାହିଁ ରତ୍ନଭଣ୍ଡାର ଖୋଲୁ, ସେମାନେ କେବଳ ଚାହାନ୍ତି ଏହାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହେବ ବୋଲି କହି ବିଜେପିକୁ କଟୁ ସମାଲୋଚନା କରିଛନ୍ତି ବିଜେଡି ବାଲେଶ୍ୱର ସାଂସଦ ପ୍ରାର୍ଥୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର।

    ଡ଼ ସାମନ୍ତସିଂହାର କହିଛନ୍ତି, ଆଜକୁ ୪୦ ବର୍ଷ ତଳେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯାଇଥିଲା। ଏହି ସମୟ ଭିତରେ ବିଜେପିର ମନମୋହନ ସାମଲ ଏବଂ ବିଶ୍ୱଭୂଷଣ ହରିଚନ୍ଦନ ୯ ବର୍ଷ ଧରି ମନ୍ତ୍ରୀ ଥିଲେ। କିନ୍ତୁ ସେମାନଙ୍କର ରତ୍ନ ଭଣ୍ଡାର କଥା ମନେ ପଡିଲାନି। ରତ୍ନ ଭଣ୍ଡାର ପ୍ରସଙ୍ଗ କାହିଁକି ଉଠାଇବା ସେ ନେଇ ମୁଁ ବିଜେପିରେ ଥିଲା ବେଳେ ପ୍ରଶ୍ନ କରିଥିଲି। କିନ୍ତୁ ବିଜେପି ନେତୃବନ୍ଦ କହିଥାନ୍ତି ଏହା କେବଳ ରାଜନୈତିକ ପ୍ରସଙ୍ଗ, ନିର୍ବାଚନ ଆସିଲେ ଉଠାଇବା। ସେହି କ୍ରମରେ ନିର୍ବାଚନରେ ହାରିବା କଥା ଜାଣିଲେ ଓଡ଼ିଶା ବିଜେପିର ନେତାମାନେ ରତ୍ନଭଣ୍ଡାର କଥା ଉଠାନ୍ତି। କାଳେ କିଛି ସହାନୁଭୂତି ମିଳିଯିବ। କାରଣ ଏଥିପାଇଁ ବରିଷ୍ଠ ନେତୃବନ୍ଦ ଆମକୁ ବାଧ୍ୟ କରିଥାନ୍ତି। ବିଜେପିରେ ଥିଲା ବେଳେ ଅତି ନିକଟରୁ ଏହା ମୁଁ ଦେଖିଛି। ହେଲେ ଦୁର୍ଭାଗ୍ୟର କଥା ସେହି ନୀତି ଅନୁସରଣ କରି ଆଜି ପ୍ରଧାନମନ୍ତ୍ରୀ ରତ୍ନଭଣ୍ଡାର କଥା କହୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ