Sunday, October 18, 2026
23.2 C
Odisha

    ହମାସକୁ ଟ୍ରମ୍ପଙ୍କ ବଡ଼ ଚେତାବନୀ: କେବେ ଦେଇନଥିବା ଭୟାନକ ଶାସ୍ତି ଦେବୁ

    ଆଗକୁ ପଢନ୍ତୁ

    ୱାସିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଗାଜା ଆତଙ୍କବାଦୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେ ଦାୟିତ୍ୱ ଗ୍ରହଣ କରିବା ବେଳକୁ ବନ୍ଦୀମାନଙ୍କୁ ମୁକ୍ତ କରାଯାଇ ନ ଥାଏ ତେବେ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ। ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ବିଫଳ କୂଟନୀତି ପରେ ଏହି ଧମକ ମିଳିଛି। ଗାଜାରେ ଯୁଦ୍ଧର ଅନ୍ତ ଓ ୧୪ ମାସ ପୂର୍ବେ ଅପହରଣ କରି ଅଟକ ରଖାଯାଇଥିବା ଇସ୍ରାଏଲୀ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ବାଇଡେନ ପ୍ରଶାସନ ହମାସ ଓ ଇସ୍ରାଏଲ ମଧ୍ୟରେ ଏକ ଚୁକ୍ତିରେ ପହଞ୍ଚିବା ପାଇଁ ଚେଷ୍ଟା କରି ଏପର୍ଯ୍ୟନ୍ତ ବିଫଳ ହୋଇଆସିଛନ୍ତି।

    ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ୍ ପ୍ଲାଟଫର୍ମରେ ଲେଖିଛନ୍ତି, ‘ଯଦି ୨୦୨୫ ଜାନୁଆରି ୨୦ ପୂର୍ବରୁ ବନ୍ଦୀମାନଙ୍କୁ ମୁକ୍ତ କରା ନ ଯାଏ, ତେବେ ମଧ୍ୟପ୍ରାଚ୍ୟରେ ଓ ମାନବିକତା ବିରୋଧରେ ଏହି ଅତ୍ୟାଚାର ଘଟାଇଥିବା ବ୍ୟକ୍ତିମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଆଜିଯାଏ ଆମେରିକା ଇତିହାସରେ ଏଭଳି ବ୍ୟକ୍ତିଙ୍କୁ ଯେଭଳି ଶିକ୍ଷା ମିଳିଛି,  ତା’ଠାରୁ ଅଧିକ ଭୟାନକ ଆଘାତ ସେମାନଙ୍କୁ ମିଳିବ। ବନ୍ଦୀମାନଙ୍କୁ ତୁରନ୍ତ ମୁକ୍ତ କର!’

    ୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଥିଲା। ଏହି ଆକ୍ରମଣ ସମୟରେ ଆତଙ୍କବାଦୀମାନେ ୨୫୧ ଜଣଙ୍କୁ ବନ୍ଧକ ରଖିଥିଲେ। ସେଥିମଧ୍ୟରୁ ୯୭ ଜଣ ଏବେ ବି ଗାଜାରେ ବନ୍ଦୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୩୫ ଜଣ ପ୍ରାଣ ହରାଇ ସାରିଥିବା ସେନା କହିଛି। ଇସ୍ରାଏଲର ପ୍ରତିଶୋଧ ଅଭିଯାନରେ ଗାଜାରେ ଅଦ୍ୟାବଧି ୪୪,୪୨୯ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ