Monday, October 12, 2026
28.9 C
Odisha

    କନ୍ଧମାଳ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

    ଆଗକୁ ପଢନ୍ତୁ

    ଫୁଲବାଣୀ  : ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି। ଫୁଲବାଣୀ ସର୍କିଟ ହାଉସରେ ପହଞ୍ଚି ପ୍ରଥମେ ଇ-ଲାଇବ୍ରେରୀ ଓ ପରେ ମେଡିକାଲ କଲେଜ୍ ପରିଦର୍ଶନ କରିଥିଲେ। ସେଠାରେ ରାତ୍ରି ଯାପନ କରି ସକାଳୁ ଦାରିଙ୍ଗବାଡିର କଫି ବଗିଚା ପରିଦର୍ଶନ କରିବା ସହ କଫି ଚାଷୀ ଓ ବେପାରୀମାନଙ୍କ ସହ ଆଲୋଚନା କରିଥିଲେ।

    ଏହାସହିତ ଦାରିଙ୍ଗବାଡି ହିଲ୍ ଭ୍ୟୁ ଦର୍ଶନ କରି ନୂଆଗାଁ ଓ ଫିରିଙ୍ଗିଆ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାଯ୍ୟ ସ୍ଥଳୀ ପରିଦର୍ଶନ କରିଥିଲେ। ଫିରିଙ୍ଗିଆ ବ୍ଲକର କସମ ବନ୍ଧଗଡ଼ ଅଞ୍ଚଳରେ ଥିବା ହଳଦୀ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିବା ସହ ମଣିପଦର ଅଞ୍ଚଳର ମହିଳାମାନଙ୍କ ଦ୍ୱାରା ଚାଷ ହୋଇଥିବା ମାଣ୍ଡିଆ ଚାଷ ଓ ରତଙ୍ଗ ଟ୍ୟାଙ୍କ ପରିଦର୍ଶନ କରିଥିଲେ। ଏହା ପରେ ଫିରିଙ୍ଗିଆ ପଞ୍ଚାୟତର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀମାନଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ। ବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବିଦ୍ୟାଳୟର ଭିତିଭୂମି ଓ ପରିବେଶ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ। ଛାତ୍ରୀମାନଙ୍କ ସହ ଆଲୋଚନା ପରେ ଉଠିଥିବା ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ।

    ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର‌୍ୟ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ବାଲିଗୁଡା ଉପଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ ଶିକ୍ଷକ-ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଏହା ପରେ ମୁଖ୍ୟ ଶାସନ ସଚିବ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳ ଗସ୍ତ କରି ମହାନଦୀ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରି ଫୁଲବାଣୀକୁ ଫେରିଥିଲେ। ଫୁଲବାଣୀରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.8kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ