Sunday, July 13, 2025
31.5 C
Odisha

କରୋନା ବଢାଉଛି ଚିନ୍ତା, ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ପାଖାପାଖି

ଆଗକୁ ପଢନ୍ତୁ

ଦେଶରେ କରୋନା ମାମଲାରେ ଦିନକୁ ଦିନ ବଢିବାରେ ଲାଗିଛି । ୪ ହଜାର ପାଖାପାଖି ହେଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯୬୧ ରହିଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । ମୃତକଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି ।

କେରଳରେ ସର୍ବାଧିକ ୧୪୩୫ କୋଭିଡ୍ ମାମଲା ରିପୋର୍ଟ ହୋଇଛି । ମହାରାଷ୍ଟ୍ରରେ ୫୦୬, ଦିଲ୍ଲୀରେ ୪୩୬, କର୍ଣ୍ଣାଟକରେ ୨୫୩, ତାମିଲନାଡୁରେ ୧୮୯, ପଶ୍ଚିମବଙ୍ଗରେ ୩୩୧, ଗୁଜରାଟରେ ୩୩୮, ଉତ୍ତର ପ୍ରଦେଶରେ ୧୫୭ମାମଲା ରହିଛି ।

ଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର୍ ହୋଇଛି । ୨୪ ଘଣ୍ଟା ଭିତରେ କରୋନା ଯୋଗୁଁ ୪ ଜଣଙ୍କର ଜୀବନ ଯାଇଛି । ଦିଲ୍ଲୀ, କେରଳ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।

ଓଡ଼ିଶାରେ ପ୍ରଥମ କୋଭିଡ ମୃତ୍ୟୁ ଖବରର ସୂଚନା ମିଳିଛି । ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଉକ୍ତ ବ୍ୟକ୍ତି ୪ ଦିନ ତଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଏକାଧିକ ଜଟିଳ ରୋଗରେ ପୀଡିତ ଥିଲେ । ତେବେ ରାଜ୍ୟରେ କୋଭିଡ୍ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଯାଏଁ କୌଣସି ସୂଚନା ଦିଆଯାଇନାହିଁ ।

କରୋନା ସ୍ଥିତି ଦେଖି କର୍ଣ୍ଣାଟକ ସରକାର ସ୍କୁଲ ପିଲାଙ୍କ ପାଇଁ ଅଭିଭାବକଙ୍କୁ ଅପିଲ୍ କରିଛନ୍ତି । ଥଣ୍ଡା, କାଶ, ଜ୍ବର ଏବଂ ଅନ୍ୟ ଲକ୍ଷଣ ଥିଲେ ସ୍କୁଲ ଆସିବାକୁ ମନା କରାଯାଇଛି ।

JN.1 ପ୍ରକାରର ସବୁଠାରୁ ବଡ଼ ସମସ୍ୟା ହେଉଛି ଏହା ଲୋକଙ୍କ ମଧ୍ୟରେ ବହୁତ ଶୀଘ୍ର ବ୍ୟାପିଥାଏ । ଏଥିରେ ଏକ ଅତିରିକ୍ତ ପରିବର୍ତ୍ତନ ଅଛି ଯାହା ଏହାକୁ କୋଷଗୁଡିକରେ ପ୍ରବେଶ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବାରେ ସାହାଯ୍ୟ କରିଥାଏ । JN.1 ପ୍ରକାର ଏତେ ବିପଜ୍ଜନକ ନୁହେଁ ଏବଂ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଅନେକ ଡାକ୍ତର କହିଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
31.5 ° C
31.5 °
31.5 °
60 %
2.3kmh
99 %
Sun
31 °
Mon
26 °
Tue
27 °
Wed
33 °
Thu
31 °

ସମ୍ବନ୍ଧିତ