Monday, October 5, 2026
23.3 C
Odisha

    କୃଷ୍ଣ ସ୍ବାମୀନାଥନ ପରବର୍ତ୍ତୀ ନୌସେନା ମୁଖ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   : କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାଇସ ଆଡମିରାଲ କୃଷ୍ଣ ସ୍ବାମୀନାଥନଙ୍କୁ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ବାମୀନାଥନ ବର୍ତ୍ତମାନ ପଶ୍ଚିମ ନୌସେନା କମାଣ୍ଡ ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଚଳିତମାସ ୩୧ର ଆଡମିରାଲ ଦିନେଶ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ସ୍ବାମୀନାଥନ ନୂତନ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡିଛି। ଏନଡିଏରୁ କୃତିତ୍ବର ସହ ଉତ୍ତୀର୍ଣ୍ଣ ହେବା ପରେ ସ୍ବାମୀନାଥନ ୧୯୮୭ ଜୁଲାଇ ୧ରେ ନୌସେନାରେ କମିସନଡ୍‌ ଅଫିସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ୩୮ ବର୍ଷର କ୍ୟାରିୟରରେ ସେ ଆଇଏନଏସ ବିଦ୍ୟୁତ୍‌, ଆଇଏନଏସ ବିନାଶ, ଆଇଏନଏସ କୁଲିସ ଓ ଆଇଏନଏସ ମହୀଶୂର ଭଳି ମିସାଇଲ ଡେଷ୍ଟ୍ରୟର ଯୁଦ୍ଧଜାହାଜ ସମେତ ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ କମାଣ୍ଡର ଦାୟିତ୍ବ ତୁଲାଇଛନ୍ତି। ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ‘ଅତି ବିଶିଷ୍ଟ ସେବା ପଦକ’ ଓ ‘ବିଶିଷ୍ଟ ସେବା ପଦକ’ ମିଳିସାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ