Tuesday, August 26, 2025
24.8 C
Odisha

    କେବଳ ସ୍ମାର୍ଟ ଲୁକ୍ ଦେଇନଥାଏ, ସ୍ବାସ୍ଥ୍ଯ ପାଇଁ ମଧ୍ୟ ଲାଭଦାୟକ ଦାଢ଼ି ! ଜାଣନ୍ତୁ କିପରି …

    ଆଗକୁ ପଢନ୍ତୁ

    ଆଜିକାଲି ଦାଢ଼ି ରଖିବା ଏକ ଫେସନ ସହିତ ଟ୍ରେଣ୍ଡ୍ ମଧ୍ୟ ହୋଇଗଲାଣି । ଆଜିର ଯୁବକ ମାନେ କ୍ଲିନ୍ ସେଭ୍ ସ୍ଥାନରେ ସେଭ ନକରିବା ଅଧିକ ପସନ୍ଦ କରୁଛନ୍ତି । ଲୋକମାନେ ଏହାକୁ ସ୍ମାର୍ଟନେସ ଭାବରେ ଦେଖୁଥିଲେ ମଧ୍ୟ ଏଥିରେ ହେଉଥିବା ଫାଇଦା ସମ୍ପର୍କରେ ବହୁତ କାମ ଲୋକ ଜାଣିଛନ୍ତି । କ୍ଲିନ ସେଭ ଏବଂ ନୋ ସେଭ କୁ ନେଇ ହେଇଥିବା ଷ୍ଟଡି ରୁ ଅଲଗା ଅଲଗା ତଥ୍ୟ ସାମ୍ନା କୁ ଆସିଛି । ଯେମିତି କ୍ଲିନ ସେଭ ଠାରୁ ଝିଅ ମାନଙ୍କୁ ନୋ ସେଭ ଵାଲା ପୁଅ ପସନ୍ଦ ଆସୁଛନ୍ତି । ନୋ ସେଭ ପୁଅ ମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବକୁ ଦେଖିଲେ ଆଶ୍ଚର୍ଯ୍ୟ କରୁଥିବା ତଥ୍ୟ ସାମ୍ନାକୁ ଆସିଛି । ଆସନ୍ତୁ ଜାଣିବା ଦାଢ଼ି ରଖିଥିବା ପୁଅଙ୍କୁ କେଉଁ ଫାଇଦା ମିଳିଥାଏ ।

    ସ୍କିନ କ୍ଯାନ୍ସର

    ଏକ ଷ୍ଟଡିରୁ ଜଣ ପଡିଛି ଯେ ଦାଢ଼ି ଥିବା ପୁଅ ମାନଙ୍କ ଠାରେ ସ୍କିନ କ୍ଯାନ୍ସରର ଡର କାମ ଥାଏ । ଯେଉଁମାନେ ଅଧିକ ସମୟ ଖରାରେ ରହିଥାନ୍ତି ତାଙ୍କୁ ସ୍କିନ କ୍ଯାନ୍ସରର ଭୟ ଅଧିକ ଥାଏ । କିନ୍ତୁ ଚେହେରାରେ ଥିବା ଦାଢ଼ି ସୂର୍ଯ୍ୟ କିରଣ ଠାରୁ ସ୍କିନକୁ ରକ୍ଷା କରିଥାଏ ଯାହା ଦ୍ୱାରା ସ୍କିନ କ୍ଯାନ୍ସରର ଭୟ ବହୁତ କମ ହୋଇଥାଏ ।

    ଆଲର୍ଜି ଏବଂ ଆସ୍ଥମା

    ଯେଉଁ ଲୋକମାନେ ଦାଢ଼ି ରଖିଥାନ୍ତି ସେ କେତେକ ଚର୍ମ ରୋଗରୁ ରକ୍ଷା ପାଇଥାନ୍ତି । ଦାଢ଼ି ଫିଲ୍ଟର ଭଳି କାମ କରିଥାଏ ଯାହାଦ୍ବାରା ଆଲର୍ଜୀ ଏବଂ ଆସ୍ଥମା ଭୋଗିବାକୁ ପଡି ନଥାଏ । ଏହାଛଡା ଦାଢ଼ି ବାହାର ପ୍ରଦୁଷଣ ଠାରୁ ଚେହେରାକୁ ରକ୍ଷା କରିଥାଏ ।

    ନେଚୁରାଲ ମସ୍ଚୁରାଇଜର

    ଦାଢ଼ି ରଖିବା କାରଣରୁ ସ୍କିନାରେ ଡ୍ରାଏନେସ ଆସି ନଥାଏ । ଏହା ମସ୍ଚୁରାଇଜର ଭଳି କାମ କରିଥାଏ ।

    ଲୁ ରୁ ରକ୍ଷା କରିଥାଏ

    ଗରମ ଦିନରେ ଖରା ଏବଂ ଲୁ ସବୁଠୁ ଅଧିକ ବିରକ୍ତି କରିଥାଏ । କିନ୍ତୁ ଯେଉଁ ଲୋକମୋନ ଦାଢ଼ି ରଖିଥାନ୍ତି ସେମାନଙ୍କ ଚେହେରାରେ ବ୍ରଣ ଆସି ନ ଥାଏ କିମ୍ବା ଲୁ ର ପ୍ରଭାବରେ କୌଣସି ଇନଫେକସନ ହୋଇ ନଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    91 %
    1.4kmh
    100 %
    Tue
    28 °
    Wed
    30 °
    Thu
    29 °
    Fri
    28 °
    Sat
    27 °

    ସମ୍ବନ୍ଧିତ