Friday, October 9, 2026
30.5 C
Odisha

    କ୍ୟାବିନେଟ୍ ମଞ୍ଜୁରୀ: ଜାତୀୟ ସହକାରୀ ବିକାଶ ନିଗମକୁ ମିଳିବ ୨୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଜାତୀୟ ସହକାରୀ ବିକାଶ ନିଗମ (ଏନସିଡିସି) ପାଇଁ ୨୦୦୦ କୋଟି ଟଙ୍କାର ଆର୍ଥିକ ସହାୟତାକୁ ମଞ୍ଜୁରୀ ଦେଇଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୨୮-୨୯ ପର୍ଯ୍ୟନ୍ତ ଚାରି ବର୍ଷ ପାଇଁ ଏହି ଅର୍ଥ ବ୍ୟୟ କରାଯିବ, ଯାହା ଅଧୀନରେ ପ୍ରତି ବର୍ଷ ୫୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

    ଏହି ଯୋଜନା ଅଧୀନରେ ଦେଶର ବିଭିନ୍ନ ସହକାରୀ ସମିତିଗୁଡ଼ିକୁ ସଶକ୍ତ କରାଯିବ। ଏହା ଦ୍ୱାରା ଦୁଗ୍ଧ, ପଶୁପାଳନ, ମତ୍ସ୍ୟ ଚାଷ, ଚିନି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ, ଭଣ୍ଡାରଣ ଏବଂ ଶୀତଳ ଭଣ୍ଡାର ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧୩,୨୮୮ଟି ସହକାରୀ ସମିତିର ପ୍ରାୟ ୨.୯ କୋଟି ସଦସ୍ୟ ଉପକୃତ ହେବେ। ଏହା ସହିତ ଶ୍ରମ ଓ ମହିଳା ନେତୃତ୍ୱାଧୀନ ସହକାରୀ ସମିତିଗୁଡ଼ିକୁ ମଧ୍ୟ ସହାୟତା ମିଳିବ।
    ଏନସିଡିସି ୧୯୬୩ ମସିହାରେ ସଂସଦର ଏକ ଅଧିନିୟମ ମାଧ୍ୟମରେ ସ୍ଥାପିତ ହୋଇଥିବା ଏକ ସାଂବିଧାନିକ ନିଗମ। ଏହା ସହକାରୀ ସମିତିଗୁଡ଼ିକ ମାଧ୍ୟମରେ କୃଷି ଏବଂ ସମ୍ବନ୍ଧିତ କ୍ଷେତ୍ରରେ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହନ ଦେଇଥାଏ। ଏହି ଆର୍ଥିକ ସହାୟତା ଦ୍ୱାରା ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ସହିତ କୃଷକ ଓ ସହକାରୀ ସମିତିଗୁଡ଼ିକର ଆୟ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ନିଷ୍ପତ୍ତି ଦେଶରେ ସହକାରୀ ଆନ୍ଦୋଳନକୁ ନୂଆ ଗତି ପ୍ରଦାନ କରିବ ଏବଂ ଗ୍ରାମୀଣ ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସରକାର ଆଶା ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ