Wednesday, September 30, 2026
22.9 C
Odisha

    ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

    ଆଗକୁ ପଢନ୍ତୁ

    କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର JE ଅଶୋକ କୁମାର ପାଢ଼ୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଫୁଲବାଣୀ ଭିଜିଲାନ୍ସ ଟିମ ତାଙ୍କୁ ଲାଞ୍ଚ ଟଙ୍କା ସହିତ ଗିରଫ କରିଛି। ଠିକାଦାର ରଘୁନାଥ ମହାକୁଡ଼ଙ୍କ ଠାରୁ ସେ ଏକ କାମର ବିଲ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ବର୍ତ୍ତମାନ ଭିଜିଲାନ୍ସ ଟିମ ଫିରିଙ୍ଗିଆସ୍ଥିତ ତାଙ୍କ କାର୍ଯ୍ୟାଳୟ, ତାଙ୍କ କ୍ୱାଟର, ବ୍ରହ୍ମପୁର ଭବାନୀପୁରସ୍ଥିତ ପୈତ୍ରୃକ ଘର ଏବଂ ଲୋଚ୍ଛାପଡ଼ା ସ୍ଥିତ ତାଙ୍କ ଶଶୁର ଘରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ବ୍ରହ୍ମପୁର ଏବଂ ଫୁଲବାଣୀ ଭିଜିଲାନ୍ସ ଟିମ ମିଳିତ ଭାବେ ଏହି ଚଢ଼ାଉ ଜାରି ରଖିଥିବା ସୂଚନା ଦେଇଛନ୍ତି ଫୁଲବାଣୀ ଭିଜିଲାନ୍ସ DSP ହେମନ୍ତ କୁମାର ମହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ