ଖେଲୋ ଇଣ୍ଡିଆ ଅସ୍ମିତା ମହିଳା ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ–୨୦୨୬ର ଶେଷ ଦିନଟି ବହୁତ ରୋମାଞ୍ଚକ ଓ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚ୍ରେ Club The Entertainer ଓ GGHS ମଧ୍ୟରେ କଟକଣା ପ୍ରତିସ୍ପର୍ଧା ଦେଖିବାକୁ ମିଳିଥିଲା । ଶେଷରେ Club The Entertainer ୩୬-୨୦ ରେ ଜିତି ତୃତୀୟ ସ୍ଥାନ ଅଧିକାର କରିଥିଲା ।
ଅନ୍ତିମ ମ୍ୟାଚରେ Bhubaneswar Athletic Association ଓ ଆୟୋଜକ ଦଳ Khurda District Basketball Association ମଧ୍ୟରେ ଭୟଙ୍କର ପ୍ରତିସ୍ପର୍ଧା ହୋଇଥିଲା । ଦୁଇଟି ଦଳ ଶ୍ରେଷ୍ଠ ଖେଳ ଦେଖାଇଥିଲେ ମଧ୍ୟ Bhubaneswar Athletic Association ୪୮-୩୦ ରେ ବିଜୟୀ ହୋଇ ଚ୍ୟାମ୍ପିଅନ୍ ହେଇଥିଲା ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ Surama Padhy, ଓଡିଶା ବିଧାନସଭାର ସ୍ପିକର ଉପସ୍ଥିତ ଥିଲେ ଓ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସେଥିପାଇଁ ଉପସ୍ଥିତ ଥିଲେ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନ୍ର ସଚିବ Sourjya Ranjan Parija, ଆନ୍ତର୍ଜାତୀୟ ବାସ୍କେଟବଲ୍ ଖେଳାଳି Sitamani Tudu, ଓଡିଶା ବାସ୍କେଟବଲ୍ ଆସୋସିଏସନ୍ର ସଚିବ Ashok Sahu ଓ ଅଧ୍ୟକ୍ଷ Gyanaranjan Parida। ଏହା ସହିତ ଆୟୋଜକ Prasanta Kumar Nayak ଓ RP Pani ମଧ୍ୟ ଉପସ୍ଥିତ ଥିଲେ।
ବିଜେତା ଓ ଅନ୍ୟ ଦଳମାନଙ୍କୁ ଟ୍ରଫି ସହିତ କ୍ୟାଶ ପୁରସ୍କାର ଭାବେ କ୍ରମଶଃ ୫୦୦୦, ୩୦୦୦ ଓ ୨୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଭାରତ ସରକାରଙ୍କ ପକ୍ଷରୁ ମହିଳା ସଶକ୍ତିକରଣ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ। ଭବିଷ୍ୟତରେ ଏପରି ଅଧିକ ପ୍ରତିଯୋଗିତା ଆୟୋଜନ ହେଉ ବୋଲି ସମସ୍ତଙ୍କର ଆଶା ଓ ଅନୁରୋଧ ରହିଛି ।
