Tuesday, March 24, 2026
29.2 C
Odisha

    ଗଞ୍ଜାମ ଗଜପତି ଓ ଯାଜପୁର ଜିଲ୍ଲାର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଗଞ୍ଜାମ ଗଜପତି ଓ ଯାଜପୁର ଜିଲ୍ଲାର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ବିଜେଡିର ପୂର୍ବତନ ରାଜ୍ୟ ସମ୍ପାଦକ ଟି ଗୋପି, ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କର୍ପୋରେଟର ଏମ୍ ଜଗଦ୍ଦେଶ୍ୱର, ପୂର୍ବତନ ଯୁବ ବିଜେଡି ସମ୍ପାଦକ ସୀମାଚ୍ଚଳ ସାହୁ, ଆଇନୀଜିବୀ ଅଜିତ କୁମାର , ଟି.ଅରୁଣ କୁମାର , ପ୍ରଫୁଲ୍ଲ ଦାସ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ସେହିପରି ଯାଜପୁର ଜିଲ୍ଲା ହଳଦୀଡିହ ପଂଚାୟତର ସମିତିସଭ୍ୟ, ବିଝାରପୁରର ନିର୍ବାଚନ ମଣ୍ଡଳୀର ପୂର୍ବତନ ସଭାପତି ଜଜେୟ ବେହେରା ବିଜେଡି ଛାଡି ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ବେହେରାଙ୍କ ସହ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଫେସର ନୃସିଂହ ଦାସ, ବିଜୁ ଯୁବ ବାହିନୀ ସଭାପତି ଜୟନ୍ତ ସାହୁ, ନଟବର ଧଳ, ଗୁହାଳି ପଂଚାୟତ ବିଜେଡି ସଭାପତି ଧନେଶ୍ୱର ଧଳ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।
    ସେହିପରି ଗଜପତି ଜିଲ୍ଲା କାଶୀନଗର ବ୍ଲକର ବରିଷ୍ଠ ବିଜେଡି ନେତା ରଙ୍ଗୋଲା ସମ୍ବାୟା, ଗୌରେଶ ବିଶ୍ୱଶରାଇ, ଏନ.ଚନ୍ଦ୍ର ରାଓ, ସୁଶାନ୍ତ ଗମାଙ୍ଗ, ସୂରିୟା ଭୂଆଁ, ବୁଡରା ଗ୍ରାମ ପଂଚାୟତ ପୂର୍ବତନ ସରପଂଚ ବିନାୟକ ପ୍ରଧାନ, ପୂର୍ବତନ ସମବାୟ ସଭାପତି ପି.ଆପେଲ ସ୍ୱାମୀ, ତିରୁପତି ବେହୁରା, କିଡିଗାମ ପଂଚାୟତ ୟାବାଜି ଗୋବିନ୍ଦ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି କୋରସଣ୍ଡା ପଂଚାୟତର ରାଉତ ପ୍ରଭାକର, ଓରିସି ରାମରାଜୁ, କୋଲଥି ସୋମେଶ, ଭଲଦା ଗ୍ରାମ ପଂଚାୟତର ଦେବେନ୍ଦ୍ର ଚୌଧୁରୀ, କରନ ଶବର, ନାଏବ ସରପଂଚ ବିନୋଦିନି ମହାକାଡି, ରବି କୁମାର ପଲାକା, ଗୋସାନି ବ୍ଲକ ଉପାଲଣ୍ଡା ପଂଚାୟତ ସମିତି ସଦସ୍ୟ ବଲ୍ଲା ଧନୁର୍ଯ୍ୟୟ, ସମାଜସେବୀ ନାଗେଶ୍ୱର ଚୌଧୁରୀ, ଏଲ ପ୍ରସାଦ, ଜି ରମାୟା, ଏମଏସ୍‌ପୁରର ସରପଂଚ ତ୍ରିଲୋଚନ ପଣ୍ଡା, ପୂର୍ବତନ ସମିତି ସଦସ୍ୟ ତାମିନେନି ଲାଲଶ୍ୱରରାଓ, ଓଅନିଲ, ଏମ୍ ରବି ବର୍ମା ରାଜୁ, ଏମ୍ ଉମାଶଙ୍କର, ସୁରୀ ନାରାୟଣ ରାଜୁ, ଏମ୍ ଚିନିସ୍ ରାଓ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିଧାୟକ କେ ନାରାୟଣ ରାଓ ଓ ପ୍ରକାଶ ସୋରେନ, ବିଂଝାରପୁର ବିଧାୟକ ପ୍ରାର୍ଥୀନି ବବିତା ମଲ୍ଲିକ, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ମହେଶ ମହାନ୍ତି, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    24 %
    0.5kmh
    0 %
    Tue
    31 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ