Tuesday, August 26, 2025
26.7 C
Odisha

    ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, ୧୦ ଜଣ ସଦସ୍ୟଙ୍କ ମଧ୍ୟରେ ପୂର୍ବତନ CAG ଗିରିଶ ମୁର୍ମୁ

    ଆଗକୁ ପଢନ୍ତୁ

    ପୁରୀ   :  ଆଜି ଶ୍ରୀମନ୍ଦିର ପରିଚାଳନା ପାଇଁ ୧୦ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର ।  ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିରେ ପୂର୍ବତନ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । କମିଟି ଗଠନ ହେବା ନେଇ ଆଇନ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।  ଏଥିରେ ସ୍ଥାନ ପାଇଥିବା ଗୁଜରାଟ କ୍ୟାଡର ପୂର୍ବତନ ଆଇଏଏସ ଅଧିକାରୀ ଗିରୀଶ ମୁର୍ମୁ ନିଜ କ୍ୟାରିଅରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଦାୟିତ୍ବ ତୁଲାଇଛନ୍ତି । ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗିରୀଶ ମୁର୍ମୁ ତାଙ୍କର ପ୍ରମୁଖ ସଚିବ ଥିଲେ । ତାଙ୍କର ବ୍ୟାପକ ପ୍ରଶାସନିକ ଅଭିଜ୍ଞତା ରହିଛି ।

    ଶ୍ରୀମନ୍ଦିର ପରିଚାଳନା କମିଟିରେ ଗିରୀଶ ମୁର୍ମୁ ସ୍ଥାନ ପାଇଥିବାରୁ ଶ୍ରୀମନ୍ଦିର ପରିଚାଳନା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଇଛି ।  ସେହିପରି ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ, ମୁକ୍ତି ମଣ୍ଡପର ପ୍ରତିନିଧି ଭାବେ ସିଦ୍ଧେଶ୍ବର ମହାପାତ୍ର ଓ ମଠର ପ୍ରତିନିଧିତ୍ବ ପାଇଁ ବଳରାମକୋଟ ମଠର ରଘୁବୀର ଦାସ ମହାରାଜ ସ୍ଥାନ ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂହାରୀ, ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସ ମହାପାତ୍ର, ରାମ ନାରାୟଣ ଗୋଚ୍ଛିକାର ଓ ଅନୁଗୁଳ ବନ୍ତଳାର ମହେଶ ସାହୁ ସ୍ଥାନ ପାଇଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୪ ଅନୁସାରେ ପରିଚାଳନା କମିଟି ଗଠନ ହୋଇଛି ।

    ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇପାରୁନଥିବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ଆସନ୍ତା ଗୋଟିଏ ସପ୍ତାହ ଭିତରେ ନୂଆ କମିଟି ଗଠନ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । କମିଟି ନଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରୁନଥିଲା ।  ଅନେକ କାମ ମଧ୍ୟ କମିଟି ଅଭାବରୁ ଅଧପନ୍ତରିଆ ହୋଇ ପଡ଼ିରହିଥିଲା । ଶ୍ରୀଜୀଉଙ୍କ ନୀତିକାନ୍ତିରେ ଶୃଙ୍ଖଳା ଆଣିବାକୁ ରହିଥିବା ପ୍ରସ୍ତାବ ଉପରେ ମୋହର ବାଜି ପାରୁନଥିଲା । ଏବେ କମିଟି ଗଠନ ହେଲେ ଏହି ସବୁ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.7 ° C
    26.7 °
    26.7 °
    90 %
    1kmh
    54 %
    Tue
    26 °
    Wed
    29 °
    Thu
    29 °
    Fri
    29 °
    Sat
    29 °

    ସମ୍ବନ୍ଧିତ