Friday, April 3, 2026
39 C
Odisha

    ଗରିବ, ମହିଳା, କୃଷକ ଓ ଯୁବକଙ୍କୁ ଅଧିକ ଗୁରୁତ୍ବ ଦେଇଛି ଆମ ସରକାର: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କଟକ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହୋଇଛି ନାରୀ ଶକ୍ତିର ସମାବେଶ। ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗରିବ, ମହିଳା, କୃଷକ ଓ ଯୁବକଙ୍କୁ ଅଧିକ ଗୁରୁତ୍ବ ଦେଇଛି ଆମ ସରକାର। ମହିଳାଙ୍କୁ  ଅଧିକ ଗୁରୁତ୍ବ ଦିଆଯାଇଛି। ମହିଳାଙ୍କୁ ସଶକ୍ତ କରିବା ପାଇଁ ଅଧିକ ଯୋଜନା କରାଯାଇଛି। ଲକ୍ଷପତି ଦିଦି ବନେଇବାରେ ସୁଭଦ୍ରା ଯୋଜନା ବେଶ ସହାୟକ ହେଉଛି। କଟକରେ କେବଳ ଲକ୍ଷପତି ଦିଦି ନୁହଁନ୍ତି ବରଂ ଚାରି ଲକ୍ଷପତି ଦିଦି ହୋଇପାରିଛନ୍ତି। ଜିଡିପି ବୃଦ୍ଧିରେ ମହିଳାଙ୍କ ଭୂମିକା ରହିଛି।ସେ ଆହୁରି କହିଛନ୍ତି,୨୦୪୭ରେ ବିକଶିତ ଭାରତ କରିବାରେ ମହିଳାଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ। ୮୯ ହଜାର ୮୦୦ କୋଟି ଟଙ୍କା ମହିଳାଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଉଭୟ ସରକାରୀ ଓ ଘରୋଇ ସ୍ତରରେ ଯୁବକ ଯୁବତୀଙ୍କୁ ଚାକିରୀ ମିଳୁଛି। ୧ ଲକ୍ଷ ୧୦ ହଜାର ଲୋକଙ୍କୁ ଚାକିରୀ ଦେବାର ଲକ୍ଷ୍ୟ ରଖିଛି ଆମ ସରକାର। ୩୬ ପାଇଁ ୩୬ କାର୍ଯ୍ୟକ୍ରମ ଆମ ସରକାର ହାତକୁ ନେଇଛି।ରାଖୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନା ୩ୟ କିସ୍ତି ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ